Advertisement

ବୈତରଣୀ ଚଉପଦି ଘାଟିରୁ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇ ମୃତଦେହ ଉଦ୍ଧାର

ପାଟଣା/ଚମ୍ପୁଆ,୮।୨(ସ୍ବ.ପ୍ର/ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପଦି ଘାଟିରେ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଶନିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ଦୁଇଟି ଜଣେ ଯୁବକ ଓ ଜଣେ ମହିଳାଙ୍କର ବୋଲି ଜଣାପଡ଼ିଛି। ତେବେ ଉଭୟଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଉକ୍ତ ଘାଟରେ ବସ୍ତାରେ ବନ୍ଧା ଅବସ୍ଥାରେ ଦୁଇଟି ମୃତଦେହ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଉକ୍ତ ବସ୍ତାରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବସ୍ତାରେ ଭର୍ତ୍ତି କରିବା ପରେ ପଥରରେ ବାନ୍ଧି ପାଣିରେ ପକାଇ ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଉଭୟଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବାରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share