Categories: ଭଦ୍ରକ

ବୈତରଣୀ ନଦୀ ପଠାରେ ଆତଙ୍କ: ଗାଈକୁ ଟାଣି ନେଇ ମାରିଦେଲା କୁମ୍ଭୀର

ଆରଡି,୨୧ା୫,(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅମୃତମଣୋହୀ ଗ୍ରାମ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୈତରଣୀ ନଦୀ ପଠାରେ ଚରୁଥିବା ଏକ ଗାଈକୁ କୁମ୍ଭୀର ଟାଣି ପାଣି ଭିତରକୁ ଟାଣି ନେଇ ମାରିଦେଇଛି। ଖବରପାଇ ସ୍ଥାନୀୟଲୋକେ ନଦୀରୁ ଗାଈଟିକୁ ମୃତ ଅବସ୍ଥାରେ କରିଛନ୍ତି। ମୃତ ଗାଈଟି ଅମୃତମଣୋହୀ ଗ୍ରାମର ନାରଣ ପଡିହାରୀଙ୍କ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନଦୀରେ ନ ଗାଧୋଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।