ବୈଦୁତିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ବଲାଙ୍ଗୀର ଟାଉନ୍‌ ଥାନାରେ ନରସିଂହଙ୍କ ଅଭିଯୋଗ

ବଲାଙ୍ଗୀର ଅଫିସ, ୨୩।୪- ମହାରାଷ୍ଟ୍ରର ପାଲାଘର ଠାରେ ସଂଘଟିତ ହତ୍ୟା ଘଟଣାକୁ ନେଇ ଏକ ଜାତୀୟସ୍ତରର ବୈଦ୍ୟୁତିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦେଇ ଏହାର ପ୍ରସାରଣ କରାଯାଇଥିବା ଅଭିଯୋଗ କରି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର ରାତିରେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଗଣମାଧ୍ୟମର ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ମିଶ୍ର ଟାଉନ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କୁ ଅଭିଯୋଗ ପତ୍ର ଦେଇଥିବା ସୂଚନା ମିଳିଛି।

Share