Advertisement

ବୈପାରିଗୁଡ଼ାରେ ପ୍ରବଳ ବର୍ଷା: ଶାଳଗଛ ଉପୁଡ଼ି ରାମଗିରି-ଗୁପ୍ତେଶ୍ୱର ରାସ୍ତାରେ ଯାତାୟତ ଠପ୍‌, ଫସିଲେ ବୋଲବମ୍‌ ଭକ୍ତ

କୋରାପୁଟ, ୨୯।୭(ସ୍ବ.ପ୍ର.)କୋରାପୁଟ ଜିଲାରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଜିଲାର ବିଭିନ୍ନ ଅଞ୍ଚଳ ଜଳାବର୍ଣ୍ଣ ହୋଇଛି। ସୋମବାର ବୈପାରିଗୁଡା ବ୍ଳକ ଅଞ୍ଚଳରେ ୧୭୫ ମିଲିମିଟର ବର୍ଷା ହୋଇଛି। ଫଳରେ ରାମଗିରି ବନ ରେଞ୍ଜ ଅଞ୍ଚଳରେ ୧୦ରୁ ଉର୍ଦ୍ଧ୍ୱ ଶାଳ ଗଛ ଉପୁଡିଯାଇଥିବାବେଳେ ଗୋଟିଏ ବିରାଟ ଶାଳ ଗଛ ଗୁପ୍ତେଶ୍ୱର ରାସ୍ତା ଉପରେ ପଡିଯାଇଥିବାରୁ ଅପରାହ୍ନ ୧୨ଟା ୩୦ରୁ ୨ଟା ଯାଏ ରାମଗିରି ଓ ଗୁପ୍ତେଶ୍ୱର ମଧ୍ୟରେ ଗାଡି ଚଳାଚଳ ଠପ୍‌ ହୋଇଯାଇଥିଲା। ସ୍ଥାନୀୟ କିଛି ଲୋକଙ୍କ ସହାୟତା ଓ ବୋଲବୋମ ଭକ୍ତ ରାସ୍ତା ଉପରେ ଗଛ କଟାଯାଇ ରାସ୍ତା ସଫା କରିଥିଲେ। ସେହିପରି ଗୁପ୍ତେଶ୍ୱର ରାସ୍ତାର ଗଣେଶ ମନ୍ଦିର, ଡୋକରି ଘାଟି ନିକଟରେ ବହୁ ଗଛ ଉପୁଡିଯାଇଥିବା ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share