ବୈବାହିକ ଜୀବନର ଖୁସିରେ ରହିବା ପାଇଁ ଜୟା ବଚ୍ଚନ ନେଇଥିଲେ ଏମିତି ନିଷ୍ପତ୍ତି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଦମ୍ପତ୍ତି। ବିବାହର ଏବେ ବର୍ଷ ପରେ ଉଭୟ ନିଜ ସମ୍ପର୍କକୁ ମଜଭୁତ ରଖିଛନ୍ତି। ଯେତେ ଝଡଝଞ୍ଜା ଆସିଲେ ବି ଉଭୟ ସର୍ବଦା ପରସ୍ପରର ସାଥ୍‌ ଦେବାକୁ ଚେଷ୍ଟା କରନ୍ତି। ଯେକୌଣସି ସାଧାରଣ ସମ୍ପର୍କ ପରି, ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବୈବାହିକ ଜୀବନ ମଧ୍ୟ ଏକ ଝଡ ଆସିଥିଲା। ଏହି ସମୟରେ ଉଭୟଙ୍କୁ ପ୍ରେମର ପରୀକ୍ଷା ଦେବାକୁ ପଡିଥିଲା। ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ ଅଛି। ରେଖା ଏବଂ ଅମିତାଭଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ର ଜୋରଦାର ଚର୍ଚ୍ଚା ହେଉଥିଲା। କୁହାଯାଏ, ରେଖା ମଧ୍ୟ ଅମିତାଭଙ୍କ ପାଇଁ ମୁଣ୍ଡରେ ସିନ୍ଦୁର ଲଗାଇ ଆସୁଥିଲେ। ଏହି କଥା ଜୟା ମଧ୍ୟ ଜାଣିଥିଲେ। ଏପରି ପରିସ୍ଥିତିରେ ଯେଉଁଠାରେ ମହିଳାମାନେ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି, କିନ୍ତୁ ଜୟା ସେପରି ନ କରି ନିଜ ପ୍ରେମ ପାଇଁ ଲଢିବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ ସେ ରେଖାଙ୍କ ସାମ୍ନାରେ ସ୍ପଷ୍ଟ କରିଥିଲେ ଯେ ଯେତେ ଯାହା ହେଉ ପଛେ ସେ ତାଙ୍କ ସ୍ବାମୀଙ୍କୁ କେବେ ଛାଡିବେ ନାହିଁ। ପରେ ରେଖା ଅମିତାଭଙ୍କ ଜୀବନରୁ ସବୁଦିନ ପାଇଁ ଦୂରେଇ ଯାଇଥିଲେ।
ଜୟା ବଚ୍ଚନ ମଧ୍ୟ ତାଙ୍କ ପିଲାମାନଙ୍କର ଯତ୍ନ ନେବା ଏବଂ ପରିବାର ଚଳାଇବା ପାଇଁ କ୍ୟାରିୟରକୁ ପଛରେ ପକାଇ ଥିଲେ। ଅମିତାଭ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସେ ନିଜ ପିଲାମାନଙ୍କ ପାଇଁ ସର୍ବଦା ସମୟ ବାହାର କରିଥାନ୍ତି। ଏହି କାରଣରୁ, ଏହି ଦମ୍ପତି ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସଦୃଶ।

Share