‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ପ୍ରଦାନ କରିବା ପରେ ଆବେଦନକାରୀ ମନୋରଞ୍ଜନ ଦାସ ଏଭଳି ଆପରାଧିକ ମାମଲାରୁ ବର୍ତ୍ତିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳାଙ୍କ ପକ୍ଷରୁ ରୁଜୁ ମାମଲା ବିରୋଧରେ ଅପରପକ୍ଷର ମନୋରଞ୍ଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କ ସହ ମନୋରଞ୍ଜନଙ୍କ ନିବିଡ଼ ସମ୍ପର୍କରୁ ବିବାହର ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ହୋଇଥିଲା। ମହିଳା ଜଣକ ବିବାହିତା ଓ ତାଙ୍କ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇ ନ ଥିବାବେଳେ ମନୋରଞ୍ଜନ ପରବର୍ତ୍ତୀ ସମୟରେ ମହିଳାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ମହିଳା ଜଣକ ଥାନାରେ ମନୋରଞ୍ଜନଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ପୋଲିସ ମନୋରଞ୍ଜନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମନୋରଞ୍ଜନ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରଦାନ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି। ତେବେ ଏଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ ବୈବାହିକ ସମ୍ପର୍କ ନ ଥିଲେ ମହିଳାମାନେ ସଂଯମୀ ହେବାକୁ ମତପ୍ରକାଶ ପାଇଛି।

ପ୍ରାପ୍ତବୟସ୍କ ପୁରୁଷ ଓ ମହିଳା ଯଦି ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ଓ ଏହି ସମ୍ପର୍କ ପୁରୁଷଙ୍କ ବିବାହ ପ୍ରତିଶ୍ରୁତି ଆଧାରରେ ଗଢ଼ିଉଠେ ଏବଂ ମହିଳା ଜଣକ ସ୍ବଇଚ୍ଛାରେ ନିଜର ସମ୍ମତି ପ୍ରଦାନ କରିଥାନ୍ତି, ଆଉ ପରବର୍ତ୍ତୀ ଅବସ୍ଥାରେ ପୁରୁଷ ଜଣକ ଯଦି ବିବାହ ପ୍ରତିଶ୍ରୁତିରୁ ଓହରି ଯାଆନ୍ତି ତେବେ ଏହା ବଳାତ୍କାର ମାମଲା ପରିସରକୁ ଆସିପାରିବ ନାହିଁ। ଏ ନେଇ ସୁପ୍ରିମକୋର୍ଟ ପ୍ରମୋଦ ସୂର୍ଯ୍ୟବନ ପଓ୍ବର ବନାମ ମହାରାଷ୍ଟ୍ର ସରକାର ମାମଲାରେ ୨୦୧୯ରେ ରାୟ ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ୨୦୨୦ରେ ଜି. ଅଚ୍ୟୁତ କୁମାର ବନାମ ଓଡ଼ିଶା ସରକାରଙ୍କ ମାମଲାରେ ମଧ୍ୟ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହ ୨୦୨୨ରେ ସନ୍ତୋଷ ନାୟକ ବନାମ ଓଡ଼ିଶା ସରକାରଙ୍କ ମାମଲାରେ ମଧ୍ୟ ହାଇକୋର୍ଟ ସମାନ ରାୟ ପ୍ରଦାନ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ ୩୭୫ ଧାରାରେ ବଳାତ୍କାର ସଂଜ୍ଞା ନିରୂପଣ ଆଧାରରେ ଯେଉଁ ୭ଟି ବର୍ଣ୍ଣନା ରହିଛି ସେଥିରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରକ୍ଷା କରି ବଳାତ୍କାର ପରିସରକୁ ଆସୁ ନ ଥିବାରୁ ଏହି ରାୟଗୁଡ଼ିକ ସମାଜରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆଇନ୍‌ର ଦିଗ ପ୍ରତି ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
-ଦେବସ୍ନାନ ଦାସ, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ପ୍ରାପ୍ତବୟସ୍କ ହେବା ପରେ କୌଣସି ମହିଳା, ପୁରୁଷ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ। ଏନେଇ ଏକାଧିକ ଅଦାଲତି ରାୟ ରହିଛି। ହେଲେ ବିବାହ ହୋଇ ନ ଥିବା ଯାଏ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ଦ୍ୱାରା ଭବିଷ୍ୟତରେ କୌଣସି ବିବାଦୀୟ ସ୍ଥିତି ସୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ମହିଳାମାନେ ଚାହିଁଲେ ଏହାକୁ ଏଡ଼େଇପାରିବେ। ବିବାହିତା ମହିଳାଙ୍କ କ୍ଷେତ୍ରରେ ଏଭଳି କାର୍ଯ୍ୟ ଅନେକ ଗୁରୁତ୍ୱ ବହନ କରେ। ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ହେଲେ ଯଥାସମ୍ଭବ ତାକୁ ଦୂର କରିବା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ପର ପୁରୁଷ ସହ ଶାରୀରିକ ସମ୍ପର୍କ ସୃଷ୍ଟି କରିବା ପୂର୍ବରୁ ନିଜର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ନିରାପଦ ଦୂରତ୍ୱ ରଖିବା ବୁଦ୍ଧିମାନର କାର୍ଯ୍ୟ।
-ନିବେଦିତା ମହାନ୍ତି, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ମନା କରିଦେବା ଏକ ଠକାମି, ବଳାତ୍କାର ନୁହେଁ। ଯୁବତୀଯୁବକମାନେ ସାଙ୍ଗ ହୁଅନ୍ତୁ, ହେଲେ ପରସ୍ପର ମଧ୍ୟରେ ସଂଯମତା ରକ୍ଷା କରନ୍ତୁ। ଝିଅପୁଅଙ୍କ ମଧ୍ୟରେ ସମ୍ପର୍କ ଯେତେ ବି ଘନିଷ୍ଠ ହେଉ ବିବାହ ନ ହେବା ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏହାକୁ ଆମ ସମାଜ ଗ୍ରହଣ କରେ ନାହିଁ। ବିଶେଷକରି ଝିଅମାନେ ଏପରି ଠକାମିର ଶିକାର ହେଉଛନ୍ତି। ବିବାହ ପୂର୍ବରୁ ଏପରି ପରିସ୍ଥିତିରୁ ସେମାନେ ଯଥାସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ମା’ବାପାମାନେ ଛୋଟବେଳୁ ପିଲାମାନଙ୍କ ମନରେ ମୂଲ୍ୟବୋଧ ଜାଗ୍ରତ କରାଇବା ଆବଶ୍ୟକ। ଝିଅମାନେ ଯେପରି କାହାରି କାମନାର ଶିକାର ନ ହେବେ ସେଥିପ୍ରତି ସଜାଗ ରହିବା ଦରକାର।
-ଡ. ସତ୍ୟକାମ ମିଶ୍ର, ଶିକ୍ଷାବିତ୍‌ ତଥା ବୁଦ୍ଧିଜୀବୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri