Categories: ଜାତୀୟ

ବୈଷ୍ଣୋ ଦେବୀଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ

କଟରା,୧୬।୮: ରବିବାରଠାରୁ ଆରମ୍ଭ ହୋଇଛି ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା। କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ବୈଷ୍ଣୋ ଦେବୀ ଦର୍ଶନ ବନ୍ଦ ଥିବା ବେଳେ ଦୀର୍ଘ ପ୍ରାୟ ୫ ମାସପରେ ଭକ୍ତ ପୁଣିଥରେ ମା’ଙ୍କ ଦର୍ଶନ କରିପାରିବେ। କରୋନା କଟକଣାକୁ ପାଳନ କରି ପ୍ରତିଦିନ କେବଳ ୨୦୦୦ ଭକ୍ତ ମା’ଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି। ଏଠାରେ ଥର୍ମାଲ୍‌ ସ୍କ୍ରିନିଂ ସହ ସାନିଟାଇଜର ମେଶିନ ମଧ୍ୟ ଲଗାଯାଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ପ୍ରଶାସନ ଗତ ମଙ୍ଗଳବାର ରାଜ୍ୟର ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ଅନୁମତି ପ୍ରଦାନ କରିଥିଲେ। ଏହା ସହ କରୋନା କଟକଣାକୁ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁହାଯାଇଥିଲା। ତେବେ ପ୍ରଶାସନର ସବୁଜ ସଙ୍କେତ ପରେ ରବିବାର ପ୍ରଥମ ବ୍ୟାଚ ଭକ୍ତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ବାହାରିଛନ୍ତି।

Share