Categories: ଖେଳ

ବୋଟାସଙ୍କୁ ହ୍ୟାଟ୍ରିକ୍‌ ପୋଲ ପୋଜିଶନ

ମଣ୍ଟମେଲ୍‌(ସ୍ପେନ୍‌),୧୨ା୫(ଏଏଫ୍‌ପି)-ଚାମ୍ପିୟନଶିପ୍‌ ଲିଡର ଭାଲଟେରି ବୋଟାସ ଶନିବାର ହ୍ୟାଟ୍ରିକ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ସ୍ପାନିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଲାଗି ଏଠାରେ ଶନିବାର ଅନୁଷ୍ଠିତ କ୍ୱାଲିଫାଇଙ୍ଗ ରେସ୍‌ରେ ସେ ତାଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କଠାରୁ ଆଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଫିନ୍‌ଲାଣ୍ଡର ଏହି ଡ୍ରାଇଭର ଚଳିତବର୍ଷର ଟାଇଟଲ ରେସ୍‌ରେ ୫ଥର ଚାମ୍ପିୟନ ହାମିଲଟନଙ୍କଠାରୁ ଗୋଟିଏ ପଏଣ୍ଟ ଆଗରେ ରହିଛନ୍ତି। ଏହା ପୂର୍ବରୁ ସେ ଚାଇନା ଓ ଆଜରବୈଜାନଠାରେ ପୋଲ୍‌ ପୋଜିଶନ ହାସଲ କରିଥିଲେ। ବୋଟାସ ଏଠାରେ ୧ ମିନିଟ୍‌ ୧୫.୪୦୬ ସେକେଣ୍ଡ ଟାଇମିଂ ସହ ଟ୍ରାକ୍‌ ରେକର୍ଡ କରିପାରିଛନ୍ତି। ହାମିଲଟନ ଦ୍ୱିତୀୟ ହୋଇଥିବାବେଳେ ପିଏରେ ଗାସ୍‌ଲି(ରେଡ୍‌ ବୁଲ୍‌), ଚାର୍ଲସ ଲେକରେକ୍‌ (ଫେରାରି), ମାକ୍ସ ଭର୍ଷ୍ଟାପେନଙ୍କଙ୍କୁ ଯଥାକ୍ରମେ ପଛରେ ପକାଇ ୪ଥର ଚାମ୍ପିୟନ ଫେରାରିର ସେବାଷ୍ଟିଆନ ଭେଟେଲ ତୃତୀୟ ହୋଇଥିଲେ।

Share