ବୋଟ୍‌ ବୁଡ଼ି ୧୨ ଶରଣାର୍ଥୀଙ୍କ ମୃତ୍ୟୁ

ଏଥେନ୍ସ,୧୨ା୧(ଏଏଫ୍‌ପି): ଆୟୋନିଅନ ସାଗରରେ ଶନିବାର ଶରଣାର୍ଥୀମାନଙ୍କର ଏକ ବୋଟ୍‌ ବୁଡ଼ିଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଗ୍ରୀକ୍‌ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି। ବୋଟ୍‌ରେ ପାଖାପାଖି ୫୦ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ୧୨ଟି ମୃତଦେହ ମିଳିଛି। ସେମାନେ ଇଟାଲୀ ଅଭିମୁଖେ ଯାଉଥିବାବେଳେ ପାକ୍ସି ଦ୍ୱୀପ ନିକଟରେ ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟରେ ୬ଟି ତଟରକ୍ଷୀ ପାଟ୍ରୋଲ ବୋଟ୍‌ ଓ ଦୁଇଟି ନୌସେନା ହେଲିକପ୍ଟର ନିୟୋଜିତ ହୋଇଛି। ୪ଟି ମାଲବାହୀ ଜାହାଜ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

Share