ବୋନିଙ୍କୁ ରାଖୀ ବାନ୍ଧୁଥିଲେ ଶ୍ରୀଦେବୀ

ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା। ଶେଷରେ ପତ୍ନୀ ମୋନାଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କୁ ବିବାହ କରିଥିଲେ ବୋନି। ହେଲେ ବିବାହ ପୂର୍ବରୁ ଏକ ରୋଚକ କଥା ଏବେ ଜଣାପଡିଛି। ବୋନିଙ୍କ ପତ୍ନୀ ସାଜିବା ପୂର୍ବରୁ ଶ୍ରୀଦେବୀ ତାଙ୍କ ଘରକୁ ଆସୁଥିଲେ। କାହିଁକି ଜାଣନ୍ତି ? ରାଖୀ ବାନ୍ଧିବାକୁ। ଏହି ପ୍ରକ୍ରିୟା କିଛି ବର୍ଷ ଚାଲିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଆଉ ଶେଷରେ ଦୁହେଁ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ସୂଚନାଯୋଗ୍ୟ ପରଲୋକଗତା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ‘ଧଡକ୍‌’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିସାରିଛନ୍ତି।

Share