Categories: ଖେଳ

ବୋପାନ୍ନା ଆଉଟ୍‌

ପ୍ୟାରିସ, ୩ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରେମାନିଆନ ପାର୍ଟନର ମାରିଅସ୍‌ କୋପିଲ୍‌ ଫ୍ରେଞ୍ଚ ଓପନ୍‌ ଟେନିସ୍‌ରୁ ବିଦାୟ ନେଇଛନ୍ତି। ରବିବାର ପୁରୁଷ ଡବଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସର୍ବୀୟ ଯୋଡ଼ି ଡୁସାନ ଲାଜୋଭିକ୍‌ ଏବଂ ଜାଙ୍କୋ ଟିପ୍‌ସେରାଭିଚ୍‌ଙ୍କ ଠାରୁ ୬-୧, ୫-୭, ୬-୭ (୮-୧୦) ସେଟ୍‌ରେ ପରାଜିତ ହୋଇଯାଇଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ୨ଘଣ୍ଟା ୫ ମିନିଟ ଧରି ଚାଲିଥିଲା। ଶନିବାର ଭାରତର ଭେଟେରାନ ଖେଳାଳି ଲିଆଣ୍ଡର ପେସ୍‌ ଏବଂ ତାଙ୍କ ଫ୍ରେଞ୍ଚ ପାର୍ଟନର ବେନଏଟ୍‌ ପାଇରେ ଅନ୍ୟ ଏକ ପୁରୁଷ ଡବଲ୍ସ ମ୍ୟାଚରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇ ସାରିଛନ୍ତି।

Share