Categories: ଖେଳ

ବୋପାନ୍ନା-ଶାପୋଭାଲୋଭ ରନର୍ସଅପ୍‌

ଷ୍ଟଟ୍‌ଗାର୍ଟ, ୧୭ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ କାନାଡିଆନ ପାର୍ଟନର ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମର୍ସିଡିଜ କପ୍‌ ଟେନିସ ଟୁର୍ନାମେଣ୍ଟର ରନର୍ସଅପ୍‌ ହୋଇଛନ୍ତି। ଫଳରେ ବୋପାନ୍ନା ଚଳିତ ସିଜନରେ ତାଙ୍କର ଦ୍ୱିତୀୟ ଟାଇଟଲ ଜିତିବାରେ ବିଫଳ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଇଣ୍ଡୋ-କାନାଡିଆନ ଯୋଡ଼ି ଟପ୍‌ ସିଡ୍‌ ବ୍ରୁନୋ ସୋର୍‌୍‌ସ ଏବଂ ଜନ୍‌ ପିଅର୍ସଙ୍କଠାରୁ ୫-୭, ୩-୬ ସେଟ୍‌ରେ ହାରିଯାଇଛନ୍ତି। ବୋପାନ୍ନା ନିଜ ଦେଶର ଡିଭିଜ ଶରନଙ୍କୁ ସାଥୀ କରି ପୁଣେଠାରେ ସିଜନ ଓପନିଂ ଟାଟା ଓପନ୍‌ ମହାରାଷ୍ଟ୍ର ଜିତିଥିଲେ। ଇଣ୍ଡିଆନ୍‌ ଓ୍ବେଲ୍ସ ଏବଂ ମାୟମି ମାଷ୍ଟର୍ସ ପରେ ବୋପାନ୍ନା ଓ ତାଙ୍କ କାନାଡିଆନ ପାର୍ଟନରଙ୍କ ଏହା ହେଉଛି ତୃତୀୟ ଟୁର୍ନାମେଣ୍ଟ। କ୍ୱାର୍ଟରଫାଇନାଲରେ ଫ୍ରେଞ୍ଚ୍‌ ଯୋଡ଼ି ଲୁକାସ ପୁଇଲେ ଏବଂ ଜୋ ଓ୍ବିଲଫ୍ରେଡ୍‌ ସୋଙ୍ଗାଙ୍କୁ ହରାଇବା ପୂର୍ବରୁ ବୋପାନ୍ନା ଓ ଶାପୋଭାଲୋଭ ତୃତୀୟ ସିଡ୍‌ ବବ୍‌ ବ୍ରାଏନ୍‌ ଏବଂ ମାଇକ୍‌ ବ୍ରାଏନ୍‌ଙ୍କୁ ପରାସ୍ତ କରିଥିଲେ। ଏଠାରେ ଚାମ୍ପିୟନ ହେବା ଦ୍ୱାରା ପିଅର୍ସ ଏବଂ ସୋର୍‌ସ ପ୍ରତ୍ୟେକ ୨୫୦ ପଏଣ୍ଟ ଲେଖାଏଁ ଅର୍ଜନ କରିଥିବାବେଳେ ର଼୍ୟାଙ୍କିଙ୍ଗ ତାଲିକାର ୪୯ତମ ସ୍ଥାନକୁ ଖସି ଆସିଥିବା ବୋପାନ୍ନା ଓ ଶାପୋଭାଲୋଭ ପ୍ରତ୍ୟେକ ୧୫୦ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି।

Share