ବୋମାଲୋଇ ଗ୍ରାମକୁ ପ୍ରବେଶ ନିଷେଧ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଭୟ ଲାଗି ରହିଛି। ସହରରେ ଲକ୍‌ ଡାଉନକୁ କେତେକାଂଶରେ ଜନସାଧାରଣ ମାନୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଜନସାଧାରଣ ଲକ୍‌ ଡାଉନକୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ମାନି ନେଇଛନ୍ତି । ଏହି କ୍ରମରେ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ବୋମାଲୋଇ ଗ୍ରାମବାସୀ ରବିବାର ସକାଳେ ଗ୍ରାମର ମୁଖ୍ୟରାସ୍ତାରେ ବାଉଁଶ ଓ ଡାଳ ଦେଇ ରାସ୍ତାକୁ ବନ୍ଦ କରିଛନ୍ତି । ଏଥିସହ ‘ଲକ୍‌ ଡାଉନ୍‌ ବୋମାଲୋଇ’ ବୋଲି ପ୍ଲାକାର୍ଡରେ ଲେଖିଛନ୍ତି । ଏହାଦ୍ୱାରା ଅନ୍ୟ ଗ୍ରାମ କିମ୍ବା ସହରରୁ ଜନସାଧାରଣ ବୋମାଲୋଇକୁ ପ୍ରବେଶ କରିପାରିବେ ନାହିଁ । ଅନ୍ୟପକ୍ଷେ ଗ୍ରାମରୁ ମଧ୍ୟ କେହି ବାହାରିକୁ ଯିବାକୁ ନିଷେଧ କରାଯାଇଛି । ଏହି ଧାରା ପ୍ରତ୍ୟେକ ଗ୍ରାମ ଓ ସହରରେ ଜାରି ରହିଥିଲେ କରୋନା ଭୂତାଣୁ ଅନେକାଂଶରେ କମି ଯିବ ବୋଲି ଜନସାଧାରଣଙ୍କ ବିଶ୍ୱାସ ରହିଛି ।

Share