ବୋମା ବିସ୍ଫୋରଣରେ କମାଣ୍ଡରଙ୍କ ମୃତ୍ୟୁ

କାବୁଲ,୩୦।୧୧: ଆଫଗାନୀସ୍ତାନରେ ଏକ ବୋମା ବିସ୍ଫୋରଣରେ ଜଣେ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ରାସ୍ତା କଡ଼ରେ ଥିବା ଏକ ବୋମାରେ ସୈନ୍ୟ ବାହିନୀ ଗାଡ଼ି ଧକ୍କା ହେବାରୁ ଏଭଳି ଘଟିଥିବା କୁହାଯାଉଛି। ହେଲମାଣ୍ଡ୍‌ ପ୍ରଦେଶର ମାର୍ଜହା ଜିଲାରେ ଏହା ଘଟିଛି। ମୃତକଙ୍କୁ ବ୍ରିଗେଡ଼ିୟର ଜେନେରାଲ ଜାହିର୍‌ଗୁଲ୍‌ ମକ୍‌ବିଲ୍‌ ଭାବେ ଚିହ୍ନଟ କରାଯାଇଛି। ଏଥିରେ ୩ ଜଣ ସୁରକ୍ଷାକର୍ମୀ ଏବଂ ଜଣେ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାର ତଦନ୍ତ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share