Categories: ଖେଳ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। ବୋମା ବିସ୍ଫୋରଣ ଘଟଣାରେ ୩୨୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ୨୭ବର୍ଷୀୟ ଅଲରାଉଣ୍ଡର ଦିନକ ପୂର୍ବରୁ ଦୀର୍ଘ ପଥ ଯାତ୍ରା କରି ଘରକୁ ଫେରିଥିବାରୁ କ୍ଳାନ୍ତ ହୋଇ ପଡ଼ିଥିଲେ। ଫଳରେ ଇଷ୍ଟରସଣ୍ଡେ ଦିନ ସେ ସେଣ୍ଟ୍‌ ସେବାଷ୍ଟିଆନ୍ସ ଚର୍ଚ୍ଚକୁ ସେ ପ୍ରାର୍ଥନା କରିବା ଲାଗି ଯାଇପାରି ନ ଥିଲେ, ଯାହା ଫଳରେ ସେ ବର୍ତ୍ତି ଯାଇଥିଲେ। ଆତ୍ମଘାତୀ ବୋମା ବିସ୍ଫୋରଣକାରୀମାନେ ସେ ଦିନ ୬ଟି ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ କରିଥିଲେ। ଏଥିରେ ୩୨୦ରୁ ଅଧିକ ଆହତ ହୋଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଇସଲାମିଷ୍ଟ ଆତଙ୍କବାଦୀଙ୍କ ହାତ ଥିବା ସ୍ଥାନୀୟ ସରକାର ଅନୁମାନ କରୁଛନ୍ତି।  ଶାନକା କହିଛନ୍ତି, ରବିବାର ସକାଳେ ମୁଁ ନିଜ ବାସଭବନରେ ଥିବାବେଳେ ବୋମା ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲି। ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଥିବା ମୁଁ ଲୋକମାନଙ୍କଠାରୁ ଶୁଣିବାକୁ ପାଇଥିଲି। ଘଟଣାସ୍ଥଳକୁ ଯାଇ ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲି ତାହା ଭୁଲି ହେବ ନାହିଁ। ଚର୍ଚ୍ଚଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଲୋକେ ତନ୍ମଧ୍ୟରୁ  ମୃତାହତଙ୍କୁ ବାହାର କରିବାରେ ଲାଗିଥିଲେ। ଘଟଣାସ୍ଥଳକୁ ଦେଖିଲେ କେହି ଜୀବିତ ଥିବା କଥା କହିବେ ନାହିଁ।

Share