Categories: ଜାତୀୟ

ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ମେଶିନ ତିଆରି କଲେ ଯୁବକ

ମଦୁରାଇ,୮।୧୧: ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମଦୁରାଇ ସହରରେ ରହୁଥିବା ଜଣେ ବ୍ୟକ୍ତି ଭିନ୍ନ ଧରଣର ମେଶିନ ଆବିଷ୍କାର କରିଛନ୍ତି। ଅବଦୁଲ ରଜାକ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି ବାରମ୍ବାର ବୋରଓ୍ବେଲରେ ଶିଶୁ ଖସିପଡିବା ଘଟଣା ଦେଖିବା ପରେ ଏମିତି ଏକ ମେଶିନ ତିଆରି କରିବାକୁ ଚିନ୍ତା କରିଥିଲେ। ଏହି ମେଶିନଟି ଛତା ଟେକ୍‌ନିକ୍‌ରେ ତିଆରି ହୋଇଛି। ଆଉ ଏହାରି ମାଧ୍ୟମରେ ଖସିପଡିଥିବା ଶିଶୁକୁ ଲିପ୍ଟ କରିବାରେ ସୁବିଧା ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ତିର୍ଚିର ଜଣେ ଶିଶୁ ବୋରଓ୍ବେଲକୁ ଖସିପଡିଥିବା ବେଳେ ଉଦ୍ଧାର ହେବା ବେଳକୁ ତାଙ୍କ ଶରୀର ପଚି ଯାଇଥିଲା। ପୂର୍ବରୁ ମଧ୍ୟ ଏମିତି କିଛି ଘଟଣା ସାମ୍ନାକୁ ଆସିଛି। କେତେବେଳେ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ତ ପୁଣି କେତେବେଳେ ମୃତ। ଏସବୁ ଘଟଣାକୁ ଦେଖି ରଜାକ ଏମିତି ମେଶିନ ତିଆରି କରିଛନ୍ତି।

Share