ବୋରିସଙ୍କୁ ଯୋଦ୍ଧା ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୨୭।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ଯୋଦ୍ଧା ବୋଲି କହିଛନ୍ତି। ଟୁଇଟ୍‌ କରି ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ମୋଦି କହିଛନ୍ତି, ‘ୟୁ ଆର୍‌ ଏ ଫାଇଟର’। ଆପଣ ଏହି ଯୁଦ୍ଧରେ ନିଶ୍ଚୟ ବିଜୟ ଲାଭ କରିବେ। କୋଭିଡ-୧୯ର ସମାନ୍ୟ ଲକ୍ଷଣ ଦେଖିବା ପରେ ବୋରିସ ତାଙ୍କର ଟେଷ୍ଟ କରାଇବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିବା ସେ ଟୁଇଟ୍‌ କରି ଜଣାଇଥିଲେ। ଆଉ ଏବେ ସେ ସେଲ୍ଫ ଆଇସୋଲେଶନରେ ଥିବା ମଧ୍ୟ କହିଛନ୍ତି।

Share