ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ଶକ୍ତ ଝଟକା ଲାଗିଛି।
ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପାର୍ଲାମେଣ୍ଟକୁ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ୫ ସପ୍ତାହ ପାଇଁ ନିଲମ୍ବନ କରିଥିଲେ ବା ସ୍ଥଗିତ ରଖିଥିଲେ। ତାଙ୍କ ସରକାରର ନୀତିଗୁଡ଼ିକ ଉପରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ନିଜ ଅଭିଭାଷଣରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ବୋରିସ୍‌ କହିଥିଲେ। ତେବେ ବିରୋଧୀ ଓ ତାଙ୍କ ନିଜ ଦଳ କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପିମାନେ ଏହାକୁ ବିରୋଧ କରିଥିଲେ। ଅକ୍ଟୋବର ୩୧ ବ୍ରେକ୍‌ଜିଟ୍‌ ତାରିଖ ପୂର୍ବରୁ ଏସମ୍ପର୍କିତ ବିତର୍କର ସମୟକୁ ହ୍ରାସ କରିବା ପାଇଁ ବୋରିସ୍‌ ପାର୍ଲାମେଣ୍ଟକୁ ସ୍ଥଗିତ କରିଥିବା ସେମାନେ ଅଭିଯୋଗ ଆଣିଥିଲେ। ଭାରତୀୟ ବଂଶୋଦ୍ଭବ ବ୍ରେକ୍‌ଜିଟ୍‌ ବିରୋଧୀ କ୍ୟାମ୍ପେନର ଜିନା ମିଲର ଏହି ନିଷ୍ପତ୍ତିକୁ ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହାର ଶୁଣାଣି ସୁପ୍ରିମକୋର୍ଟରେ ହେବ ବୋଲି ସର୍ବୋଚ୍ଚ ଅଦାଲତକୁ ପଠାଇ ଦେଇଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଅଧ୍ୟକ୍ଷ ଲେଡି ବ୍ରେଣ୍ଡା ହାଲେ କହିଛନ୍ତି, ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେବା ଲାଗି ମହାରାଣୀଙ୍କୁ ପରାମର୍ଶ ଦେବା ବେଆଇନ ଥିଲା। ସଂସଦକୁ କର୍ତ୍ତବ୍ୟ ପାଳନରେ ରୋକାଯିବା ଭୁଲ। ଏଥିଯୋଗୁ ଆମ ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଗଭୀର ପ୍ରଭାବ ପଡ଼ିଛି। ୧୧ ବିଚାରପତି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ, ପାର୍ଲାମେଣ୍ଟ ଏବେ ନିଲମ୍ବିତ ହୋଇନାହିଁ। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବେଆଇନ ଓ ଅବୈଧ। ଆଗକୁ କ’ଣ କରାଯିବ ସେନେଇ ହାଉସ୍‌ ଅଫ୍‌ କମନ୍ସ ଓ ଲର୍ଡସ୍‌ର ବାଚସ୍ପତିମାନେ ନିଷ୍ପତ୍ତି ନେବେ। ରାୟ ପରେ କମନ୍ସ ବାଚସ୍ପତି ଜନ୍‌ ବର୍‌କାଓ କହିଛନ୍ତି, ବୁଧବାରଠାରୁ ପାର୍ଲାମେଣ୍ଟ ପୁଣି ଚାଲିବ। ପୂର୍ବାହ୍ନ ୧୧ଟା ୩୦ରେ ଅଧିବେଶନ ଆରମ୍ଭ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସ୍ପଷ୍ଟ କରିଛନ୍ତି। ରାଜନୈତିକ ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବା ଅନୁଚିତ ବୋଲି ପୂର୍ବରୁ ମନ୍ତବ୍ୟ ଦେଇଥିତ୍ବା ଜନ୍‌ସନ୍‌ଙ୍କୁ ଅଦାଲତଙ୍କ ରାୟ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କରେ ଥିବା ଜନ୍‌ସନ୍‌ କହିଛନ୍ତି, ରାୟ ସହ ସେ ଏକମତ ନୁହନ୍ତି। ତେବେ ଏହାକୁ ସେ ସମ୍ମାନ ଦେବେ। ଅନ୍ୟପକ୍ଷରେ ଏକ ବାସ୍ତବ ଗଣତନ୍ତ୍ରରେ ପାର୍ଲାମେଣ୍ଟକୁ ନୀରବ କରିଦେବା ଅନୁଚିତ ବୋଲି ୟୁରୋପୀୟ ଆଇନପ୍ରଣେତାମାନେ ରାୟକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ବଡ଼ ବିସ୍ଫୋରଣ…

ୱାଜିରିସ୍ତାନ,୧୪।୩: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଗତ ଚାରି ଦିନ ମଧ୍ୟରେ ଏହା ପାକିସ୍ତାନରେ ତୃତୀୟ...

ମହମ୍ମଦ ୟୁନୁସ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା, ପୋଲ୍‌ ଖୋଲିଦେଲେ ବାଂଲାଦେଶର…

ଢାକା,୧୪।୩: ମରକ୍କୋରେ ଥିବା ବାଂଲାଦେଶ ରାଷ୍ଟ୍ରଦୂତ ହାରୁନ ଅଲ ରସିଦ ମହମ୍ମଦ ୟୁନୁସ୍‌ଙ୍କ ବିରୋଧରେ ମୌଳବାଦୀଙ୍କୁ ସମର୍ଥନ କରିବା ଏବଂ ଦେଶରେ ଅରାଜକତା ବିସ୍ତାର କରିବାର...

ଫୋନ କରି ସାଉଦିର କ୍ରାଉନ ପ୍ରିନ୍ସଙ୍କ ସହ କଥା ହେଲେ ପୁଟିନ୍‌, ୟୁକ୍ରେନ ସହିତ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କୁ ଦେଲେ ମେସେଜ୍‌!

ମସ୍କୋ,୧୪।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ବିଳମ୍ବିତ ରାତିରେ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ଫୋନରେ କଥା ହୋଇଛନ୍ତି। ରୁଷିଆ-ୟୁକ୍ରେନ...

ବନ୍ଦ ହେବନି ଯୁଦ୍ଧ! ଲିକ୍‌ ହେଲା ପୁଟିନ୍‌ଙ୍କ ସିକ୍ରେଟ୍‌ ଯୋଜନା, ବିଶ୍ୱରେ ହଇଚଇ

ମସ୍କୋ,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେଉଛି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।...

ଭାରତର ପ୍ରଶ୍ନରେ ଘାଇଲା ହେଲା ବାଂଲାଦେଶ, ଏବେ ଉପଦେଶ ଦେଉଛନ୍ତି ୟୁନୁସ ସରକାର

ଢାକା,୧୪।୩: ବାଂଲାଦେଶରେ ଚାଲିଥିବା ମୌଳବାଦ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଦୁର୍ବ୍ୟବହାର ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଏହା ଉପରେ, ବାଂଲାଦେଶ ଭାରତ ଦ୍ୱାରା...

ପୁଟିନଙ୍କୁ କଡ଼ା ଜବାବ ଦେଲେ ଜେଲନସ୍କି, କହିଲେ ସେ ଯୁଦ୍ଧ ବିରତି ଚାହୁଁ ନ ଥିଲେ ଟ୍ରମ୍ପଙ୍କ ଡରରେ…

କ୍ୱିଭ,୧୪।୩: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସଂକୋଚ ଦେଖାଇବା ପାଇଁ ରୁଷିଆ ରାଷ୍ଟ୍ରପତି...

ଆମେରିକା କୋର୍ଟରୁ ଟ୍ରମ୍ପକୁ ଲାଗିଲା ବଡ଼ ଝଟକା! ଏହି ମାମଲାରେ ଶୁଣାଇଲେ ରାୟ

ଓ୍ବାଶିଂଟନ,୧୪।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଗଣ ଛଟେଇର ସମ୍ମୁଖୀନ ହେଉଥିବା ହଜାର ହଜାର ଫେଡେରାଲ କର୍ମଚାରୀଙ୍କୁ ପୁନଃସ୍ଥାପନ କରିବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ...

କାହିଁକି ଭାରତକୁ ପ୍ରଶଂସା କଲେ ପୁଟିନ? ଜାଣନ୍ତୁ ଏହା ପଛର କାରଣ

ମସ୍କୋ,୧୪।୩: କ୍ୱିଭର ଯୁଦ୍ଧବିରତି ପ୍ରସ୍ତାବ ଉପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image