ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ ଅଫିସ,୧୫।୨- କଟକସ୍ଥିତ ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟର ତୃତୀୟ ମହଲାରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଦିବା ପ୍ରାୟ ସାଢ଼େ ୧୨ଟା ବେଳେ ତୃତୀୟ ମହଲାର ଶୌଚାଳୟରୁ ଧୂଆଁ ବାହାରୁଥିବା କର୍ମଚାରୀମାନେ ଦେଖିଥିଲେ। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଦୁଇଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ପ୍ରକାର ବଡ଼ ଧରଣର କ୍ଷୟକ୍ଷତି ହୋଇ ନାହିଁ। କେବଳ ଝରକା କବାଟ ସାମାନ୍ୟ ଜଳିଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ି ନାହିଁ। କିନ୍ତୁ କେହି ଜଳନ୍ତା ସିଗାରେଟ ଶୌଚାଳୟରେ ଫିଙ୍ଗି ଦେଇଥିବା ଯୋଗୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।

Share