Categories: ରାଜ୍ୟ

ବୋଲଗଡ଼ରେ ଦେବଦମ୍ପତି ବିବାହ

ବୋଲଗଡ଼,୮ା୬(ଡି.ଏନ.ଏ.): ଶୀତଳ ଷଷ୍ଠୀ ପର୍ବ ଅବସରରେ ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ଶିବାଳୟରେ ଶୁକ୍ରବାର ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡକୁମାରୀସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଦେବଙ୍କ ବିବାହ ଉତ୍ସବରେ ବରପିତା ଭାବେ ବାମଦେବ ରଥ ଏବଂ କନ୍ୟାପିତା ଭାବେ ନୀଳକଣ୍ଠ ପଣ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ। ଗେଡିଆପଲ୍ଲୀ ପଞ୍ଚାୟତ ସାଲତରାସ୍ଥିତ ଶ୍ରୀବାଲୁଙ୍କେଶ୍ୱରଦେବଙ୍କ ବିବାହ ଉତ୍ସବରେ ବରପିତା ଭାବେ ଚକ୍ରଧର ତ୍ରିପାଠୀ ଏବଂ କନ୍ୟାପିତା ଭାବେ ଲକ୍ଷ୍ମୀଧର ତ୍ରିପାଠୀ ଯୋଗ ଦେଇଥିଲେ। ସାଗରଗଁ।ସ୍ଥିତ ନୀଳକଣ୍ଠେଶ୍ୱରଦେବଙ୍କ ବିବାହରେ ବରପିତା ମହାଦେବ ପଟ୍ଟଯୋଶୀ ଏବଂ ପ୍ରଭାକର ପଣ୍ଡା କନ୍ୟାପିତା ଦାୟିତ୍ୱ ତୁଲାଇଥିଲେ। ସେହିପରି ରାଜସୁନାକଳା ନୃସିଂହପୁର ଶାସନସ୍ଥିତ ଶ୍ରୀଅମୃତେଶ୍ୱରଦେବଙ୍କ ବିବାହ ଉତ୍ସବରେ ଗୌର ମୋହନ ମିଶ୍ର କନ୍ୟାପିତା ଓ ଦିଲୀପ କୁମାର ମିଶ୍ର ବରପିତା ସାଜିଥିଲେ। ଦେବଦମ୍ପତିଙ୍କୁ ବାଜା, ବାଣ, ରୋଷଣି ଓ ପାଟପଟୁଆରରେ ବିମାନରେ ଗ୍ରାମ ଓ ବିଭିନ୍ନ ସ୍ଥାନ ପରିକ୍ରମା କରାଯାଇଥିଲା ।

Share