Categories: ରାଜ୍ୟ

ବୋଲଗଡ଼ ରଜ ପଡ଼ିଆରେ ମା’ ରାମଚଣ୍ଡୀ ବିଜେ

ବୋଲଗଡ଼,୧୫ା୬(ଡି.ଏନ୍‌.ଏ.): ପହିଲି ରଜ ଅବସରରେ ଶୁକ୍ରବାର ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଜଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁସାରେ ବୋଲଗଡ଼ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀ ରଜ ଉତ୍ସବ ପାଳନ କରିବା ପାଇଁ ରଜଯାତ୍ରା ପଡିଆକୁ ବିଜେ କରିଛନ୍ତିି । ଏଠାରେ କ୍ରମାଗତ ୪ ଦିନ ମା’ଙ୍କ ରଜପର୍ବ ପାଳନ କରାଯିବ ା ପ୍ରଥମ ଦିନ ଅପରାହ୍ନରେ ମା’ରାମଚଣ୍ଡୀଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ଆଟୋପ ପଟୁଆରେ ଗ୍ରାମ ପରିକ୍ରମା କରାଯାଇଥିଲା। ପଡିଆସ୍ଥିତ ସ୍ବତନ୍ତ୍ର ମଣ୍ଡପରେ ମା’ ବିଜେ କରିଥିଲେ। ପର୍ବ ଅବସରରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ପ୍ରତିଦିନ ଅପରାହ୍ନରେ ବିଜେ କରି ବିଳମ୍ବିତ ରାତିରେ ମା’ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସଂପୁର, ଅସରଳା, ଗୋଡିଆଳି ଗ୍ରାମରେ ମଧ୍ୟ ଏହି ପର୍ବ ପାଳନ କରାଯାଇଛି।

Share