Categories: ଖେଳ

ବୋଲର ଗୋଇଠା ମାରିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ମାରିବାକୁ ବ୍ୟାଟ ଉଠାଇଥିଲେ

କ୍ରିକେଟରେ ବହୁ ବାର ଖେଳାଳିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳେ। ବେଳେବେଳେ ଖେଳାଳିମାନେ ବାକ୍‌ ଯୁଦ୍ଧରୁ ଆଗକୁ ବଢ଼ିଯାଆନ୍ତି। ସେହିଭଳି ଏକ ଘଟଣା ୧୯୮୧ ଫେବୃୟାରୀରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ  ଟେଷ୍ଟ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଦୁଇ ଦଳର ଷ୍ଟାର ଖେଳାଳି ଡେନିସ ଲିଲି ଓ ଜାଭେଦ ମିଆଁଦାଦଙ୍କ ମଧ୍ୟରେ  ବାକ୍‌ ଯୁଦ୍ଧ ମାରପିଟ୍‌ରେ ପହଞ୍ଚତ୍ ଯାଇଥିଲା। ଲିଲିଙ୍କ ଏକ ଇନ ସୁଇଙ୍ଗ ବଲକୁ ମିଆଁଦାଦ ଲେଗ୍‌ ସାଇଡ୍‌ ଅଞ୍ଚଳକୁ ଖେଳି ଏକ ରନ୍‌ ନେଉଥିବାବେଳେ ବୋଲରଙ୍କ ସହ ବାଡ଼େଇ ହୋଇଥିଲେ। କିନ୍ତୁ ମିଆଁଦାଦ ଜାଣିଶୁଣି ବାଡ଼େଇ ହୋଇଥିବା ଲିଲି କହିିଥିଲେ। ଅମ୍ପାୟର ଟୋନି କ୍ରାଫଟର ଉଭୟଙ୍କୁ ବୁଝାଉ ଥିବାବେଳେ ଲିଲି ମିଆଁଦାଦଙ୍କୁ ଗୋଇଠା ମାରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ପାକିସ୍ତାନ ବ୍ୟାଟ୍ସମ୍ୟାନ ବ୍ୟାଟ ଉଠାଇ ମାରିବାକୁ ଉଦ୍ୟତ ହୋଇଥିଲେ। ଏହାପରେ ଲିଲି ପୁନଃ  ମିଆଁଦାଦଙ୍କ ଆଡ଼କୁ ଅଗ୍ରସର ହୋଇଥିଲେ। ହେଲେ ତାଙ୍କୁ ଅମ୍ପାୟର କ୍ରାଫଟର ଓ ଅଷ୍ଟ୍ରେଲିଆ ଅଧିନାୟକ ଗ୍ରେଗ ଚାପେଲ ରୋକି ଦେଇଥିଲେ। ଏ ଘଟଣା ନେଇ ସେତେବେଳେ ଲିଲିଙ୍କୁ ପ୍ରବଳ ସମାଲୋଚନାର ଶିକର ହେବାକୁ ପଡ଼ିଥିଲା।

Share