Posted inଖେଳ

ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି ପ୍ରସାଦ

ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍‌ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ପ୍ରସାଦ ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ପ୍ରସାଦ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିଭଳି ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ୩ ବର୍ଷ ଧରି ସେ ବିସିସିଆଇ ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ରହିଥିଲେ। ତାଙ୍କ ସିଭିରେ ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କିଙ୍ଗ୍ସ ଇଲେଭେନ ପଞ୍ଜାବର ପ୍ରଶିକ୍ଷକ ରହିଥିବା ବିଷୟରେ ରିପୋର୍ଟରେ ଉଲ୍ଳେଖ ରହିଛି। ଭାରତ ୨୦୦୭ରେ ଇଂଲଣ୍ଡରେ ଐତିହାସିକ ଟେଷ୍ଟ ସିରିଜ ଜିତିବା ସମୟରେ ସେ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ରହିଥିଲେ। ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳର ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ବିସିସିଆଇ ଗତ ମାସରେ ଦରଖାସ୍ତ ଆହ୍ବାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

Video: ଇଦ୍‌ ଶୁଭେଚ୍ଛା ଜଣାଇବା ପାଇଁ ୩୬ଥର ଟେକ୍‌ ନେଲେ ସ୍ତ୍ରୀ: ରାଗିଗଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୩୧।୩: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଖେଳାଳି ୱାସିମ ଆକ୍ରମ ସମସ୍ତଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର...

ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ

ରାଉରକେଲା,୩୧।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ମା’ ସମଲେଶ୍ୱରୀ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ସ୍ବର୍ଗତ ଜାତୀୟ ଫୁଟବଲ୍‌ ଖେଳାଳି ନୀନା ପଟ୍ଟନାୟକ ଓ...

ପୁଣି ଶାମି ସିଲଭା ସଭାପତି

କଲମ୍ବୋ,୩୧ା୩: ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ସୋମବାର ଅନୁଷ୍ଠିତ ୬୪ତମ ବାର୍ଷୀକ ସାଧାରଣ ବୈଠକରେ ଶାମି ସିଲଭା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ କ୍ରମାଗତ ଚତୁର୍ଥ...

ହାର୍ଦ୍ଦିକଙ୍କ ପରେ ରାଜସ୍ଥାନ ଅଧିନାୟକଙ୍କୁ ୧୨ ଲକ୍ଷ ଜରିମାନା

ଗୁଆହାଟୀ, ୩୧ା୩: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୬ରନ ବିଜୟ ମ୍ୟାଚରେ ଏକ ଶ୍ଲୋ ଓଭର ରେଟ୍‌...

IPL 2025ରେ ସୁପରଫ୍ଲପ୍‌ ସାବ୍ୟସ୍ତ ହେଲେ ୨୭ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ଚାଲିନାହିଁ। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ...

Video: ହାରିବା ସତ୍ତ୍ୱେ ହୃଦୟ ଜିତିଲେ ଧୋନୀ: ପଡ଼ିଆରେ କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ଚେନ୍ନାଇ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ...

ନମ୍ବର-୯ରେ ବ୍ୟାଟିଂ କରିବାକୁ ଆସି ଟ୍ରୋଲ ହେଉଛନ୍ତି ଧୋନି, CSK କୋଚ ଖୋଲିଲେ ଏହା ପଛର ରହସ୍ୟ

ନୂଆଦିଲ୍ଲୀ,୩୧।୩: ଏମଏସ ଧୋନି ଆଇପିଏଲ ୨୦୨୫ରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଏହି ବ୍ୟାଟିଂ ପୋଜିସନକୁ ଆସିବା ପରେ, ଧୋନିଙ୍କୁ ବହୁତ ଟ୍ରୋଲ କରାଯାଉଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image