Advertisement
Categories: ଖେଳ

ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି ପ୍ରସାଦ

ନୂଆଦିଲ୍ଲୀ, ୧।୮- ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଦଳର ବୋଲିଂ କୋଚ୍‌ ପଦ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। କିଛି ପ୍ରମୁଖ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ପ୍ରସାଦ ବୋଲିଂ କୋଚ୍‌ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ପ୍ରସାଦ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିଭଳି ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ୩ ବର୍ଷ ଧରି ସେ ବିସିସିଆଇ ଜୁନିୟର ଚୟନ କମିଟିର ଅଧ୍ୟକ୍ଷ ରହିଥିଲେ। ତାଙ୍କ ସିଭିରେ ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କିଙ୍ଗ୍ସ ଇଲେଭେନ ପଞ୍ଜାବର ପ୍ରଶିକ୍ଷକ ରହିଥିବା ବିଷୟରେ ରିପୋର୍ଟରେ ଉଲ୍ଳେଖ ରହିଛି। ଭାରତ ୨୦୦୭ରେ ଇଂଲଣ୍ଡରେ ଐତିହାସିକ ଟେଷ୍ଟ ସିରିଜ ଜିତିବା ସମୟରେ ସେ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ରହିଥିଲେ। ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳର ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ବିସିସିଆଇ ଗତ ମାସରେ ଦରଖାସ୍ତ ଆହ୍ବାନ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel