Advertisement

ବୋଲେରୋକୁ ଧକ୍କାଦେଲା ଡମ୍ପର: ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ

ଯୋଡ଼ା,୧୩।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ବାମେବାରୀ ଥାନା ଜୁରୁଡ଼ି – ବାମେବାରୀ ୨ ନଂ. ରାଜ୍ୟ ରାଜପଥ ଜୁରୁଡି କ୍ରେଚ ହଟିଂଠାରେ ଶୁକ୍ରବାର ଅପରାହ୍ନରେ ଏକ ବୋଲେରୋକୁ ଡମ୍ପର ଧକ୍କା ଦେବାରୁ ବୋଲେରୋଟି ଭାଙ୍ଗିରୁଜି ଯାଇଛି। ଏଥିରେ ବସିଥିବା ଡ୍ରାଇଭର ଓ ଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋଲେରୋଟି ଯୋଡ଼ା ପଟୁ ଜୁରୁଡି ଅଭିମୁଖେ ଆସି କ୍ରେଚ ହଟିଂ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲା। ଏହି ସମୟରେ ଏକ ଡମ୍ପର ପଛପଟୁ ଧକ୍କା ଦେଇ ପ୍ରାୟ ୧୫ ଫୁଟ୍‌ ଦୂରକୁ ବୋଲେରୋକୁ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡମ୍ପର ଡ୍ରାଇଭରକୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share