ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ମଦ, ୩ ଗିରଫ

ବାହାନଗା, ୩୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରାସ୍ଥିତ ସଲ୍ଟ ରୋଡରୁ ଗୋପାଳପୁର ଫାଣ୍ଡି ପୋଲିସ୍‌ ୩ଶହ ଲିଟର ଦେଶୀମଦ ସହିତ ଏକ ବୋଲେରୋକୁ ଜବତ କରିଛନ୍ତି। ତେବେ ଗାଡିରେ ଥିବା ୩ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏନେଇ ଖନ୍ତାପଡା ଥାନାରେ ଏକ ମାମଲା ରଜୁ କରାଯାଇଛି।
ଶନିବାର ପୂର୍ବାହ୍ନ ୧୦ଟାରେ ପୁରୁଣା ବାଲେଶ୍ୱରରୁ ବାସୁଦେବପୁର ଅଞ୍ଚଳକୁ ଏକ ବୋଲେରୋ (ନଂ. ଓଆର ୦୧ଏନ୯୧୯୦) ଯୋଗେ ୨ଶହ ୫୦ ଲିଟର ଦେଶୀ ମଦ ଚାଲାଣ ହେଉଥିବା ଗୋପାଳପୁର ଫାଣ୍ଡି ପୋଲିସ୍‌ ଖବର ପାଇଥିଲା। ଉକ୍ତ ଗାଡିକୁ ଧରିବା ପାଇଁ ଗୋପାଳପୁରରୁ ପିଛା କରାଯାଇଥିଲା। ସାହାସପୁରା ଅଞ୍ଚଳର ଲୋକମାନେ ରାସ୍ତାରେ ବୋଲେରୋକୁ ଅଟକାଇବାରୁ ଡ୍ରାଇଭର ସେଠାରୁ ବୁଲାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ନୟନଯୋରି ତଳକୁ ଓଲଟି ପଡିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଗାଡିି ଭିତରେ ଥିବା ଯୁବକମାନଙ୍କୁ କାବୁ କରିପକାଇଥିଲେ। ଗୋପାଳପୁର ଫାଣ୍ଡି ପୋଲିସ୍‌ ପହଞ୍ଚି ଲୋକମାନେ କାବୁ କରିଥିବା ପୁରୁଣା ବାଲେଶ୍ୱର ଅଞ୍ଚଳର ସେକ୍‌ ଆଲାମ୍‌, ସେକ୍‌ ଗାଜିରି, ସେକ୍‌ ହବି ବୁଲ୍ଲାଙ୍କୁ ଉଦ୍ଧାର କରି ଗୋପାଳପୁର ଫାଣ୍ଡିକୁ ଆଣି ଗିରଫ କରିଛନ୍ତି।