Categories: ଜାତୀୟ

ବୋଲେରୋ ଉପରେ ଚଢ଼ିଗଲା ଟ୍ରକ୍‌: ୧୧ ମୃତ

ଜୟପୁର, ୧୫।୩: ରାଜସ୍ଥାନର ଜୟପୁରଠାରେ ଏକ ବୋଲେରୋ ଉପରେ ଟ୍ରକ୍‌ ଚଢ଼ିଯିବାରୁ ୧୧ ଜଣ ପ୍ରାଣ ହରାଇବା ସହ ୩ ଗୁରୁତର ହୋଇଛନ୍ତି। ଯୋଧପୁର ଜିଲା ଅନ୍ତର୍ଗତ ବାଲୋତ୍ରା-ଫାଲୋଡ଼ି ରାଜପଥ ଉପରେ ଶନିବାର ଏହି ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ବୋଲେରୋ ଉପରକୁ ମାଡ଼ି ଯାଇଥିଲା। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share