Categories: କନ୍ଧମାଳ

ବୋଲେରୋ ଓଲଟି ୪ ଗୁରୁତର

ଶଙ୍କରାଖୋଲ,୧୯ା୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଡୁମ୍ବୁରିନାଳ ପୋଲଠାରେ ରବିବାର ରାତି ପ୍ରାୟ ୯ଟାରେ ଏକ ବୋଲେରୋ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚକାପାଦ ଗ୍ରାମର ଭବାନୀ ଶଙ୍କର ସାହାଣୀ, କାବାଲାଗଁାର କେଦାରନାଥ ଦିଗାଳ, ଟିକାବାଲିର ରମାକାନ୍ତ ପ୍ରଧାନ, ରିଣ୍ଟୁ ଦିଗାଳ। ଆହତଙ୍କୁ ପ୍ରଥମେ ଗୁମାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବୋଲେରୋ ଟିକାବାଲିରୁ ଶଙ୍କରାଖୋଲ ଅଭିମୁଖେ ଆସୁଥିବାବେଳେ ଡୁମ୍ବୁରିନାଳ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।