Categories: ଜାତୀୟ

‘ବୋଲୋ ତାରା ରା ରା’ ଗୀତ ଗାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ପୋଲିସ

ଚଣ୍ଡିଗଡ଼,୨୧।୧୦: ପଞ୍ଜାବ ଚଣ୍ଡିଗଡ଼ର ଜଣେ ଟ୍ରାଫିକ୍‌ ପୋଲିସଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହାତରେ ମାଇକ୍ରୋଫୋନ୍‌ ଧରି ଗାୟକ ଦଲେର ମେହେନ୍ଦିଙ୍କ ୧୯୯୫ର ଲୋକପ୍ରିୟ ଗୀତ ବୋଲୋ ତାରା ରା ରା… ଗାଇ ରାଜରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ଏହାକୁ ନେଇ ଦଲେର ମେହେନ୍ଦି ମଧ୍ୟ ପ୍ରଶଂସା କରିଛନ୍ତି। ଇତି ମଧ୍ୟରେ ଏହି ଭିଡ଼ିଓକୁ ୨ ହଜାରରୁ ଅଧିକ ଥର ଦେଖା ସରିଛି। ସେହିପରି ଏହାର ଲାଇକ୍‌ ଓ ଶେୟାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ନେଇ ବହୁ ସକାରାତ୍ମକ କମେଣ୍ଟ ମଧ୍ୟ ମିଳିଛି।

Share