Categories: ଖେଳ

ବୋଲ୍ଟଙ୍କ ଟାଇମିଂକୁ ପଛରେ ପକାଇଥିବା ଧାବକଙ୍କୁ ଡକାଇଲେ କ୍ରୀଡ଼ାମନ୍ତ୍ରୀ ରିଜିଜୁ

ନୂଆଦିଲ୍ଲୀ,୧୫।୨- ପାରମ୍ପରିକ କ୍ରୀଡ଼ା କମ୍ବାଲ ଜକିର ଦ୍ରୁତତମ ଧାବକ ଶ୍ରୀନିବାସ ଗୋଡ଼ାଙ୍କୁ ପେଶାଦାର କ୍ରୀଡ଼ାବିତ ହେବାର ସୁଯୋଗ ମିଳିଛି। ସେ ଏବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର କୋଚ୍‌ଙ୍କ ନେତୃତ୍ୱରେ ଟ୍ରାଏଲ୍ସର ସମ୍ମୁଖୀନ ହେଉଛନ୍ତି। କର୍ନାଟକର ଶ୍ରୀନିବାସଙ୍କୁ ସାଇ କୋଚ୍‌ ଡକାଇଛନ୍ତି। ସାଧାରଣରେ ଅଲିମ୍ପିକ୍ସ ଆଥ୍‌ଲେଟକ୍ସ ଷ୍ଟାଣ୍ଡାର୍ଡ ସମ୍ପର୍କରେ ଅଧିକ ଜଣା ନାହିଁ। ଅଲିମ୍ପିକ୍ସରେ ଆଥ୍‌ଲେଟଙ୍କ ଶକ୍ତି ଓ ଧର୍ଯ୍ୟର ପରୀକ୍ଷା ହୁଏ। ଏବେ ଦେଶରେ କୌଣସି ପ୍ରତିଭାଶାଳୀ ଆଥ୍‌ଲେଟ ସୁଯୋଗରୁ ବଞ୍ଚିତ ରହିବେ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଟୁଇଟ୍‌ କରିଛନ୍ତି। ପାରମ୍ପରିକ କ୍ରୀଡ଼ା କମ୍ବାଲ ପ୍ରତିଯୋଗିତାରେ ୧୪୫ ମିଟର ଦୌଡ଼ରେ ୧୩.୬୨ ସେକେଣ୍ଡ ଟାଇମିଂ ହାସଲ କରି ରାତାରାତି ସେନସେଶନ ପାଲଟି ଯାଇଥିଲେ। ତାଙ୍କୁ ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହ ତୁଲନା କରାଯାଇଥିଲା। ୧୦୦ ମି. ଦୌଡ଼ରେ ବୋଲ୍ଟ ୯.୫୮ ଟାଇମିଂ ହାସଲ କରିଥିଲେ, ଯହାକି ବିଶ୍ୱ ରେକର୍ଡ। କିନ୍ତୁ ଗୌଡ଼ା ସମାନ ଦୂରତାକୁ କମ୍ବାଲ ପ୍ରତିଯୋଗିତାରେ ୯.୫୫ ସେ. ଟାଇମିଂ ହାସଲ କରିଥିଲେ।

Share