ଗାଲେ,୧୭।୮- ଏଠାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଏକ କୌତୂହଳପୂର୍ଣ୍ଣ ଘଟଣା ଘଟିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରୁଥିବାବେଳେ ୮୨ତମ ଓଭରରେ ଘରୋଇ ଅଫ୍ ସ୍ପିନର ଲସିଥ ଏମ୍ବୁଡେନିୟାଙ୍କ ବଲକୁ ଟ୍ରେଣ୍ଟ ବୋଲ୍ଟ ସୁଇପ ଶଟ୍ ଖେଳିଥିଲେ। ହେଲେ ବଲ ବ୍ୟାଟର ଟପ୍ ଏଜ୍ ଦେଇ ସିଧା ତାଙ୍କ ହେଲ୍ମେଟ୍ରେ ଅଟକିଯାଇଥିଲା। କିଛି ସମୟ ପାଇଁ ଘରୋଇ ଫିଲ୍ଡରମାନେ ବଲ ଖୋଜିଥିଲେ। ଅସଲ ଘଟଣା ଜାଣିବା ପରେ ଫିଲ୍ଡରମାନେ ବୋଲ୍ଟଙ୍କ ହେଲ୍ମେଟ୍ରୁ ବଲ କାଢ଼ିଥିଲେ। ବୋଲ୍ଟଙ୍କ ମେଡିକାଲ ଯାଞ୍ଚ ପରେ ପୁଣି ଖେଳି ଆରମ୍ଭ ହୋଇଥିଲା। ଏହି ମଜାଦାର ଘଟଣା ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଧ୍ୟ ଟୁଇଟ୍ କରି ‘କଟ୍ ଆଣ୍ଡ ବୋଲ୍ଡ’ ବୋଲି କ୍ୟାପଶନରେ ଦେଇଛି। ଜଣେ ପ୍ରଶଂସକ ଏହି ଘଟଣା ଉପରେ କମେଣ୍ଟ କରି ଲେଖିଛନ୍ତି, ବୋଲ୍ଟ ତୁମ ହେଲ୍ମେଟ୍ରେ ବଲ ଲାଗିଛି। ସେଓ ନୁହେଁ। ଏହାକୁ ଖାଅ ନାହିଁ।