ବୋଲ୍ଡ ନଜରରେ ସାରା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ସାରା, କାର୍ତ୍ତିକ ଆର୍ୟନ ଏବଂ ଆରୁଷି ଶର୍ମାଙ୍କୁ ଦେଖିବାକୁ ମିଳିଛି। ସାରା ଏବଂ କାର୍ତ୍ତିକଙ୍କ କେମିଷ୍ଟ୍ରି ଅନ୍‌ସ୍କ୍ରିନ୍‌ରେ ଖୁବ୍‌ ଜମିଛି। ଫିଲ୍ମରେ ପୁରୁଣା କାହାଣୀ ନୂଆ ଚେହେରା ବ୍ୟତୀତ ସାରାଙ୍କ ବୋଲ୍ଡନେସ୍‌ର ଝଲକ ମଧ୍ୟ ଦେଖିବାକୁ ମିଳିଛି। କେଦାରନାଥ ଏବଂ ସିମ୍ବା ପରେ ସାରା ଓ୍ବେଷ୍ଟର୍ଣ୍ଣ ଲୁକ୍‌ରେ ନଜର ଆସିଛନ୍ତି ସାରା। ଏଥିରେ ସେ କାରିୟର ଗଢ଼ିବା ପାଇଁ ମଡର୍ନ ଯୁବତୀ ଭୂମିକାରେ ଅଭିନୟ କରିଛନ୍ତି। ଯେଉଁ ଭୂମିକା ବେଶ୍‌ ହଟ୍‌ ଆଉ ବୋଲ୍ଡ। ଏଥିରେ କାର୍ତ୍ତିକଙ୍କ ସହ ତାଙ୍କର ଲିପ୍‌ଲକ୍‌ ସିନ୍‌ ମଧ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ ସାରା ଦୁଇଟି ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ବୋଲ୍ଡ ସିନ୍‌ ଦେଇ ନ ଥିଲେ। ଏହି ଫିଲ୍ମଟି ଫେବୃୟାରୀ ୧୪ରେ ରିଲିଜ୍‌ ହେବ।

Share