ବୋହୂଙ୍କୁ ଆକ୍ରମଣ: ଶ୍ୱଶୁର, ଶାଶୁଙ୍କ ନାମରେ ମାମଲା

ଖଇରା,୨୩।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଧୀନ ଧଳିଗଡିଆ ଗ୍ରାମର ତିଳୋତ୍ତମା ରାଉତ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖଇରା ପୋଲିସ ତାଙ୍କ ଶ୍ୱଶୁର, ଶାଶୁଙ୍କ ସମେତ ୬ଜଣଙ୍କ ନାମରେ ମାମଲା (୮୦/୨୦)ରୁଜୁ କରିଛି ା
ଅଭିଯୋଗ ଅନୁଯାୟୀ, ତିଳୋତ୍ତମାଙ୍କ ସ୍ବାମୀ ଗୌତମଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଶାଶୁ ଘର ଲୋକେ ଜମିବାଡି ଭାଗ ଦେଉ ନ ଥିଲେ ା ଏପରିକି ତାଙ୍କୁ ମାନସିକ, ଶାରିରୀକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ତିଳୋତ୍ତମାଙ୍କ ପୁଅ ବାଡିକୁ ଶାଗ କାଟିବାକୁ ଯାଇଥିବା ବେଳେ ଶ୍ୱଶୁର, ଶାଶୁ ଓ ଅନ୍ୟମାନେ ତିଳୋତ୍ତମା ଓ ତାଙ୍କ ପୁଅକୁ ମାଡ ମାରି କୋଠରୀରେ ବନ୍ଦ କରିଦେଇଥିଲେ। ଖଇରା ପୋଲିସ ପହଞ୍ଚି ତିଳୋତ୍ତମା ଓ ପୁଅକୁ ରୁଦ୍ଧ କୋଠରୀରୁ ଉଦ୍ଧାର କରିଥିବା ପରିବାରର ଅନ୍ୟମାନେ ଫେରାର ହୋଇଯାଇଛନ୍ତି।