ରଣପୁର,୩ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳର ଜଣେ ବୋହୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶାଶୁଘର ଲୋକଙ୍କ ନାମରେ ଏକ ମାମଲା (ନଂ. ୬୭/୧୯) ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ ଗିରଫ ଭୟରେ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି। ମୃତକ ହେଲେ ଏହି ଥାନା ଓସ୍ତପଡା ଗ୍ରାମର ସୁରଥ ସିଂଙ୍କ ଝିଅ ମିଲି ସିଂ (୨୮)। ଥାନାରେ ମିଲିଙ୍କ ମା’ ନଳିନୀ ସିଂ କରିଥିବା ଅଭିଯୋଗ ଅନୁଯାୟୀ, ୧୫ ବର୍ଷ ତଳେ ଏହି ଥାନା ଅନ୍ତର୍ଗତ ଜଙ୍କିଆ ଗ୍ରାମର ବଂଶୀଧର ମାଝିଙ୍କ ପୁଅ ବିଭୂତି ମାଝିଙ୍କୁ ମିଲି ବୈଦିକ ରୀତିରେ ବିବାହ କରିଥିଲେ। ସେତେବେଳେ ଝିଅକୁ ଯୌତୁକ ସହିତ ସମସ୍ତ ଘରକରଣା ଜିନିଷ ଦିଆଯାଇଥିଲା ା କିଛିଦିନ ଠିକ୍ରେ ଚଳିବା ପରେ ଅଧିକ ଯୌତୁକ ପାଇଁ ଝିଅ ଉପରେ ଶ୍ୱଶୁର ଘର ଲୋକେ ଚାପ ପକାଇଥିଲେ। ଏହାକୁ ନେଇ ବୋହୂ ଓ ଶାଶୁଘର ଲୋକଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଏପରିସ୍ଥଳେ ଗତ ରବିବାର ଝିଅକୁ ବିଷଦେଇ ଶାଶୁଘର ଲୋକେ ମାରିଦେବାକୁ ଉଦ୍ୟମ କରିଥିଲେ। ଘଟଣା ପ୍ରଚାରିତ ହେବାରୁ ସେମାନେ ମିଲିଙ୍କୁ ଚାନ୍ଦପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ନେଇ ଜ୍ୱାଇଁ ବିଭୂତି ଶାଶୁଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ଝିଅର ମା’ବାପା ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚତ୍ଲା ବେଳକୁ ମିଲିଙ୍କ ମୃତ୍ୟୁ ଘଟିସାରିଥିଲା। ସେଠାରେ ଶ୍ୱଶୁର ଘର ଲୋକେ ନ ଥିବା ସେମାନେ ଦେଖିଥିଲେ। ଏ ନେଇ ଡାକ୍ତରଖାାନା ତରଫରୁ ନୟାପଲ୍ଲୀ ଥାନାକୁ ଜଣାଯିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
ସରପଞ୍ଚଙ୍କ ଘରୁ ଲୁଟ୍
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...
ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…
ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...
ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି
ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...
ଘର ଗ୍ରିଲ୍ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ
ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍ ହୋଇଛି। ଆଠଜଣ ଡକାୟତ ସୋମବାର...
ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ
ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...
ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ
ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...
ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ
ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...
Archives


