ବାଲିଅନ୍ତା,୨୮।୭(ଡି.ଏନ୍.ଏ.)- ଘରୋଇ କଳହକୁ ନେଇ ବୋହୂଙ୍କୁ ଗାଳିଗୁଲଜ ସହ ମାଡ଼ମାରିବା ଅଭିଯୋଗରେ ବାଲିଅନ୍ତା ପୋଲିସ ରବିବାର ଜଣେ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭିଙ୍ଗାରପୁର ଜ୍ୟୋତିଷ ସାହିର ରଘୁନାଥ ସେନାପତି(୫୮)। ତଦନ୍ତକାରୀ ଅଧିକାରୀ ଏସଆଇ ତୃପ୍ତିମୟୀ ରାଉତଙ୍କ ସୂଚନା ଅନୁଯାୟୀ ଶନିବାର ବୋହୂ ବାସନ୍ତି ଘର ଛାତ ଉପରେ ଲୁଗା ଶୁଖାଇବା ସମୟରେ ଶ୍ୱଶୁର ରଘୁନାଥ ତାଙ୍କୁ ବାରଣ କରିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାସହ ଶ୍ୱଶୁର ଉତ୍ତ୍ୟକ୍ତ ହୋଇ ବୋହୂଙ୍କୁ ମାଡ଼ ମାରିଥିଲେ। ଏ ନେଇ ଥାନାରେ ଅଭିଯୋଗ କରିବାପରେ ପୋଲିସ ନଂ ୧୮୩/୧୯ରେ ମାମଲା ରୁଜୁ କରି ଗିରଫ କରିଥିଲା।