Categories: ଗଞ୍ଜାମ

ବୋହୂଙ୍କୁ ମାରି ପୋଡ଼ିଦେବା : ଘଟଣାରେ ୫ ଗିରଫ

ବୁଗୁଡ଼ା,୮ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ଗୌଡ଼ିଆବୋରଦା ଗ୍ରାମରେ ବୋହୂକୁ ହତ୍ୟା କରିି ପୋଡ଼ି ଦେବା ଘଟଣାରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ବୁଧବାର ୫ ଜଣଙ୍କୁ କୋର୍ଟଚାଲାଣ କରଛନ୍ତି। ଗିରଫ ହେଲେ ଶ୍ୱଶୁର ଭୀମ ନାୟକ, ଶାଶୁ କସ୍ତୁରୀ, ସ୍ବାମୀ ଶିଶିର, ଦେଢ଼ଶୁର ଅରୁଣ ଓ ଜାଆ ଶାନ୍ତି । ମୃତ ବୋହୂଙ୍କ ଦାଦାଙ୍କ ଅଭିଯୋଗ କ୍ରମେ ବୁଗୁଡ଼ା ପୋଲିସ ନଂ. ୧୮୧/୧୮ରେ ହତ୍ୟା ମାମଲା ରୁଜୁ କରିଥିଲା। ପ୍ରକାଶ ଯେ, ଶିଶିର ୧୮ ଫେବୃୟାରୀ ୨୦୧୮ରେ କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ରଘୁନାଥପଲ୍ଲୀ ବିପିନ ନାହାକଙ୍କ ଝିଆରୀ ପୃଥିବୀଙ୍କୁ ବିବାହ କରିଥିଲେ। ବିବାହ ହେବାର ୬ ମାସ ପରେ ଅର୍ଥାତ୍‌ ୧୮ ଅଗଷ୍ଟରେ କୌଣସି କାରଣଙ୍କୁ ନେଇ ଶ୍ୱଶୁର ଘର ଲୋକେ ପୃଥିବୀଙ୍କ ମୁଣ୍ଡକୁ ପିଟି ମାରିଦେଇ ବାରିପଟେ ପୋଡ଼ି ଦେଇଥିଲେ। ଖବର ପାଇ ପୃଥିବୀଙ୍କ ଦାଦା ଥାନାରେ ଜଣାଇଥିଲେ। ବାଲିପଦର ଫାଣ୍ଡି ଅଧିକାରୀ ତା’ପରଦିନ ଘଟଣାସ୍ଥଳରେ ପହଞ୍ଚତ୍ଲା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ବୁଧବାର ପୋଲିସ ପୃଥିବୀଙ୍କ ସ୍ବାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ଓ ଜାଆଙ୍କୁ ଗିରଫ କରିଥିଲା।