ବୋହୂ ଐଶ୍ୱର୍ଯ୍ୟାଙ୍କୁ ଖୁବ୍‌ ଭଲ ପାଆନ୍ତି ଜୟା

ମୁମ୍ବାଇ: ଜୟା ବଚ୍ଚନ ତାଙ୍କ ପୁତ୍ରବଧୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଖୁବ୍‌ ନାପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳେ। ହେଲେ ନିକଟରେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହରଙ୍କ ଟେଲିଭିଜନ ଶୋ’ କଫି ଉଇଥ୍‌ କରନରେ ଜୟା ଏହା ଉପରୁ ପରଦା ଉଠାଇଛନ୍ତି। ଏହି ଶୋ’ର ଏକ ପ୍ରମୋ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ ବଚ୍ଚନ ପରିବାରର ମୁଖ୍ୟ ସଦସ୍ୟମାନେ ନଜର ଆସିଛନ୍ତି। ଆଉ ଏହି ପ୍ରମୋରେ ଅମିତାଭଙ୍କୁ କରନ ପ୍ରଶ୍ନ କରୁଥିବା ବେଳେ ଅମିତାଭ ଏହାର ଉତ୍ତର ରଖିଛନ୍ତି। ସେମିତି କରନ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବୋହୂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଐଶ୍ୱର୍ଯ୍ୟା ଏତେ ବଡ କଳାକାର ହେଲେ ବି ଘରେ ସେ ସାଧାରଣ ବୋହୂ ଭଳି ସମସ୍ତଙ୍କୁ ସ୍ନେହ ଆଦର କରନ୍ତି। ଆଉ ଐଶ୍ୱର୍ଯ୍ୟା ଖୁବ୍‌ ସ୍ନେହି ବୋଲି ମଧ୍ୟ ଜୟା କହିଛନ୍ତି। ଆଉ ଶାଶୁବୋହୂଙ୍କ ସମ୍ପର୍କ ଖୁବ୍‌ ନିବିଡ ବୋଲି ଏବେ ଜୟାଙ୍କ ଏହି କଥାରୁ ଅନୁମାନ କରାଯାଉଛି।

Share