ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍-୧୯ ହେଲ୍ଥ କେୟାର ସେଣ୍ଟର ସୋମବାର ଉଦ୍ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର ଉଦ୍ଘାଟନ କରିଥିଲେ । ଏହି ହେଲ୍ଥ କେୟାର ସେଣ୍ଟରରେ ୧୨୦ଟି ନୂତନ ଶଯ୍ୟା ରହିଛି । ଏଠାରେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକତ୍ସା କରାଯିବ ଓ ଏହାସହ ରୋଗୀଙ୍କୁ ଆଇସୋଲେସନରେ ରଖାଯିବ । ଏଥିପାଇଁ ୨୦ଜଣ ନର୍ସଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଥିବା ବେଳେ ଜିଲା ମୁଖ୍ୟ ଚିକତ୍ସାଳୟର ଡାକ୍ତରମାନେ ନିୟମିତ ଭାବେ ଚିକିତ୍ସା ସେବା ଯୋଗାଇଦେବେ। ଉଦ୍ଘାଟନ ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଲକ୍ଷ୍ମୀଧର ସାହୁ, ଏସ୍ପି ଭି. ରଘୁନାଥ ରାଓ, ଉପଜିଲାପାଳ ଏନ୍ସି ଜ୍ୟୋତିରଞ୍ଜନ ନାଏକ ଓ ଜିଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ ।