ବୌଦ୍ଧ ଆରଏସଏସ ପକ୍ଷରୁ ମାସ୍କ ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର)-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଶାଖା ପକ୍ଷରୁ କରୋନା ସଚେତନତା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାନିଟାଇଜେସନ ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଜିଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଓ ନଗର କାର୍ଯ୍ୟବାହ ପଦ୍ମ ଚରଣ ମେହେରଙ୍କ ନେତୃତ୍ୱରେ ରୋଗୀ ତଥା ସେମାନଙ୍କ ସହଯୋଗୀମାନଙ୍କୁ ୨୫୦ଟି ମାସ୍କ ବଣ୍ଟନ ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Share