ବୌଦ୍ଧ,୩।୯(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ସହର। ମଙ୍ଗଳବାର ସକାଳ ୯ଟା ସମୟରେ ବିରାଟ ପଟୁଆର ସହ ମହାନଦୀରୁ ଜଳ ଆସିଥିଲା। ନବାନ୍ନ ଭୋଗ ପ୍ରସ୍ତୁତି ପରେ ଦିନ ୧୦ଟା ସମୟରେ ମା’ ଭୈରବୀଙ୍କଠାରେ ନବାନ୍ନ ଲାଗି ହେଇଛି। ମନ୍ଦିର ପୂଜା ନୀତି ଅନୁଯାୟୀ ମା’ଙ୍କଠାରେ ଭୋଗ ଲାଗିବା ପରେ ମନ୍ଦିର ପରିସରରେ ଲୋକମାନେ ଏକାଠି ମିଶି ନୂଆଁ ଖାଇଛନ୍ତି। ତେବେ ଏଥି ସହିତ ସନ୍ଧ୍ୟାରେ ନୂଆଁ ଖାଇ ଭେଟ୍ଘାଟ କାର୍ଯ୍ୟକ୍ରମ ରହିଛି।