Advertisement

ବୌଦ୍ଧ ପୁସ୍ତକମେଳା ଉଦ୍‌ଯାପିତ:ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ପୁସ୍ତକମେଳା ଗୁରୁତ୍ୱପୂର୍ଣ୍ଣ

ବୌଦ୍ଧ, ୧୧ା୧୨(ସ୍ବ.ପ୍ର):ବୌଦ୍ଧ ଜିଲା ସଦର ମହକୁମା କଚେରି ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ ‘ପଞ୍ଚଦଶ ବୌଦ୍ଧ ପୁସ୍ତକମେଳା’ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକ ସମ୍ପର୍କ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟଅତିଥି, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡଃ ଲେନିନ ମହାନ୍ତି, ବୌଦ୍ଧ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାସ ଓ ସମ୍ବାଦର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ଏବଂ ଓଡ଼ିଆ ପୁସ୍ତକର ଆଦୃତି ବଢାଇବାରେ ପୁସ୍ତକମେଳା ଆୟୋଜନର ଯଥାର୍ଥତା ରହିଛି ବୋଲି ମତପ୍ରକାଶ କରିଥିଲେ। ବିଭିନ୍ନ ସ୍ଥାନରେ ପୁସ୍ତକମେଳା ଆୟୋଜନ କରାଯିବା ଫଳରେ ପାଠିକପାଠକଙ୍କ ନିକଟରେ ରୁଚି ଅନୁଯାୟୀ ପୁସ୍ତକ ଉପଲବ୍ଧ ହୋଇପାରୁଛି। ଆୟୋଜକ ଅନୁଷ୍ଠାନମାନଙ୍କର ଆନ୍ତରିକତା ଓ ନିଷ୍ଠାପରତା ଯୋଗୁ ଏହା ସମ୍ଭବ ହୋଇପାରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୁସ୍ତକମେଳା ଆୟୋଜକଙ୍କ ପକ୍ଷରୁ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉପସ୍ଥିତିରେ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମଙ୍ଗରାଜ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡଃ ମହାନ୍ତିଙ୍କୁ ‘ବାର୍ତ୍ତାବହ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: boudh