୧୩ ରାଉଣ୍ଡ ସୁଦ୍ଧା ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଆଗରେ ଅଛନ୍ତି। ପ୍ରଦୀପ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସୁଶାନ୍ତ ପ୍ରଧାନଙ୍କଠାରୁ ୩୦୭୨ ଭୋଟରେ ଆଗୁଆ ଚାଲିଛନ୍ତି। ସେହିପରି ୧୪ ରାଉଣ୍ଡ ଗଣତି ଶେଷ ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୭୬୧୨ ଭୋଟରେ ଆଗୁଆ ଚାଲିଛନ୍ତି।

Share