ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ

ବୌଦ୍ଧ, ୨୯ା୪(ସ୍ବ.ପ୍ର.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ବୁଧବାର ନୂତନ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟନ କରାଯାଇଛି। ବିଧାୟକ ପ୍ରଦୀପ କୁମାର ଅମାତ ଏହି ମେଶିନର ଉଦ୍‌ଘାଟନ କରିଥିଲେ। ଅଲଟ୍ରାସାଉଣ୍ଡ ମେଶିନ ସ୍ଥାପନ ପରେ ଜିଲାର ବହୁ ଗରୀବ ଗର୍ଭବତୀ ଆବଶ୍ୟକ ଚିକିତ୍ସା ପାଇ ପାରିବେ। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଲକ୍ଷ୍ମୀଧର ସାହୁ, ଏଡିଏମଓ ଡ. କିଶୋର ଚନ୍ଦ୍ର ପଟାନାୟକଙ୍କ ସମତେ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share