ନୂଆଦିଲ୍ଲୀ,୧୨ା୨(ପି.ଟି.): ବିହାରର ମୁଜାଫରପୁର ଜିଲାରେ ଶେଲ୍ଟର ହୋମ୍ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ଦିଲ୍ଲୀର ଏକ ଅଦାଲତ ବ୍ରଜେଶ ଠାକୁରଙ୍କ ସମେତ ୧୨ ଜଣଙ୍କୁ ଆଜୀବନ ଜେଲ୍ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଦୌରାଜଜ୍ ସୌରଭ କୁଳଶ୍ରେଷ୍ଠଙ୍କ ଅଦାଲତ ଜାନୁୟାରୀ ୨୦ରେ ବ୍ରଜେଶ ଓ ଅନ୍ୟମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ବିହାର ପିପୁଲ୍ସ ପାର୍ଟି (ବିପିପି)ରୁ ବିଧାନସଭା ନିର୍ବାଚନ ଲଢ଼ି ହାରିଯାଇଥିବା ବ୍ରଜେଶଙ୍କ ନାଁରେ ଯୌନ ଉତ୍ପୀଡ଼ନ ସମେତ ପୋକ୍ସୋ ଆଇନର ଧାରା ୬, ବଳାତ୍କାର ଓ ଗଣବଳାତ୍କାର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏଥିସହିତ ଅପରାଧ ଷଡ଼ଯନ୍ତ୍ର, ବିପଜ୍ଜନକ ଅସ୍ତ୍ରରେ ଆକ୍ରମଣ କରିବା, ଶିଶୁଙ୍କ ପ୍ରତି ନିଷ୍ଠୁରତା ଆଦି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ।