Categories: ବାଣିଜ୍ୟ

ବ୍ରଡ୍‌ବ୍ୟାଣ୍ଡ ସହ ଯୋଡି ହେବ ସବୁ ପଞ୍ଚାୟତ

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାରଙ୍କ ଭାରତ ନେଟ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ନେଟ୍‌ଓ୍ବର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟକୁ ରୂପରେଖ ପ୍ରଦାନ କରାଯିବ। ଏହା ଦ୍ୱାରା ହାଇସ୍ପିଡ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ସୁବିଧା କରାଯାଇପାରିବ ବୋଲି ଗୁରୁବାର ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି। ଭାରତ ନେଟ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଗ୍ରାମ ପଞ୍ଚାୟତକୁ ଯୋଡିବା ଲାଗି ଯୋଜନା ରହିଥିବା ପ୍ରସାଦ ଲୋକସଭାରେ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୧ ଲକ୍ଷ ଗ୍ରାମ ପଞ୍ଚାୟତକୁ ଭାରତ ନେଟ୍‌ ପ୍ରକଳ୍ପ ଅଧୀନରେ ସଂଯୋଗ କରାଯାଇଛି।

Share