Categories: ଖେଳ

ବ୍ରଡ ଦଣ୍ଡିତ

ଜୋହାନ୍ସବର୍ଗ,୨୮।୧: ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସବେଳେ ପ୍ରତିପକ୍ଷ ଅଧିନାୟକ ଫାପ ଡୁପ୍ଲେସିଙ୍କୁ ଖରାପ ଭାଷାରେ ଗାଳି କରିଥିଲେ, ଯାହା ସିଧା ପ୍ରସାରଣ କରୁଥିବା ଚ୍ୟାନେଲରେ ଶୁଣାଯାଇଥିଲା। ସେ ଅନ୍ତର୍ଜାତୀୟ ମ୍ୟାଚ୍‌ବେଳେ ଗାଳି ଗୁଲଜ କରି ଆଇସିସି କୋଡ ଅଫ୍‌ କଣ୍ଡକ୍ଟକୁ ଭଙ୍ଗ କରିଛନ୍ତି। ଏଥିନେଇ ତାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ କାଟ କରାଯିବା ସହ ଏକ ଡିମେରିଟ ପଏଣ୍ଟ ପ୍ରଦାନ କରାଯାଇଛି। କୌଣସି ଖେଳାଳିଙ୍କୁ ୨୪ ମାସ ମଧ୍ୟରେ ୪ ଡିମେରିଟ ପଏଣ୍ଟ ମିଳିଲେ,ଖେଳାଳିଙ୍କୁ ବାସନ୍ଦ କରାଯାଏ। ପୂରା ସିରିଜ୍‌ରେ କାଗିସୋ ରବାଡା, ଜୋସ ବଟଲର, ଭର୍ନନ ଫିଲାଣ୍ଡର ଓ ବେନ ଷ୍ଟୋକ୍ସ ବିଭିନ୍ନ କାରଣ ପାଇଁ ଦଣ୍ଡିତ ହୋଇଛନ୍ତି।

Share