ପୁରୀ ଅଫିସ,୧୮ା୬ : ପୁରୀ ଜିଲା ବ୍ରହ୍ମଗିରି ଥାନାର ଜଣେ ମହିଳା ଏସ୍ଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତା ଏସ୍ଆଇ କରୋନା ସଂକ୍ରମିତ ଜଣେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରହ୍ମଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଥାନା ଆଇଆଇସିଙ୍କ ସମେତ ୯ କର୍ମଚାରୀ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ଆକ୍ରାନ୍ତ ଏସ୍ଆଇଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ବୋଲି ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।