ବ୍ରହ୍ମପୁର ଅଫିସ,୯ା୨-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୫ ପୋଲିସ ଜିଲାର ଏସ୍ପିଙ୍କୁ ନେଇ ବୈଠକ କରିଛନ୍ତି। ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ମାଓବାଦୀ ଗତିବିଧି, ଅପରାଧ ସ୍ଥିତି ଓ ମୋ’ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ୫ଟିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ସେହିପରି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ମାଓବାଦୀ ମୁକାବିଲା, ଗୋଇନ୍ଦା ସଂସ୍ଥା କାର୍ଯ୍ୟକାରିତାକୁ ନେଇ ଡିଜିପି ଅଭୟ ଆଲୋଚନା କରିଥିଲେ। ଅନ୍ୟପଟେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାଗୁଡିକର ଠିକ୍ ତଦନ୍ତ କରିବା ସହିତ ଦଣ୍ଡବିଧାନ କିପରି ବୃଦ୍ଧି କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷକରି କନ୍ଧମାଳ ଓ ଗଜପତି ଜିଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏଥିରେ ଏଡିଜେ (ଗୋଇନ୍ଦା) ରାଧାକୃଷ୍ଣ ଶର୍ମା, ଡ଼ିଆଇଜି ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ) ଜୟନାରାୟଣ ପଙ୍କଜ, ଡିଆଇଜି ସ୍ପେସାଲ ଇଣ୍ଟିଲିଜେନ୍ସି(ଏସ୍ଆଇଡବ୍ଲ୍ୟୁ) ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ, ଗଜପତି ଏସ୍ପି ସାରା ଶର୍ମା, ବୌଦ୍ଧ ଏସ୍ପି ଭି.ରଘୁନାଥ ରାଓ ଓ ଏଏସ୍ପି ପ୍ରୋବେଶନ ଅଭିଳାଷ ଜି. ପ୍ରମୁଖ ଉପସ୍ଥିତ ଥିଲେ।

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍ବ୍ରାଞ୍ଚ
ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ। ଶନିବାର କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର...

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ମାର୍ଶାଲ ଆର୍ଟ ରହିଛି’
ଭଞ୍ଜନଗର,୨୬ା୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଯୁକ୍ତ ୩ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର...

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …
ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର...

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା
ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….
ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ସାଇଣ୍ଟିଫିକ୍ ଟିମ୍ର ତଦନ୍ତ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ
ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମଶରେ ଘଟିଛି ଲଜ୍ଜାଜନକ ତଥା ହୃଦୟ ବିଦାରକ ଘଟଣା। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି
ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍ପିଟ୍ ହୋଇ ୫ ଆହତ
ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...