Categories: ଗଞ୍ଜାମ

ବ୍ରହ୍ମପୁରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ: କ୍ୟାନସରର ଏକ ତୃତୀୟାଂଶ ଧୂମପାନ ଲାଗି ହୁଏ

ବ୍ରହ୍ମପୁର ଅଫିସ୍‌,୩୧।୫: ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖଲ୍ଲିିକୋଟ କଲେଜ ଷ୍ଟାଡିୟମ୍‌ଠାରୁ ବାହାରି ସହର ପରିକ୍ରମା କରିଥିଲା। ତମାଖୁ ସେବନର ଭୟାବହତା ଏବଂ ମାନବ ଶରୀର ଉପରେ ଏହାର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ପ୍ରଫେସର ଡା. ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ରୋଟାରୀ କ୍ଲବ ବ୍ରହ୍ମପୁର ସେଣ୍ଟ୍ରାଲ୍‌ ସମେତ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏଶନ, ନ୍ୟାଶନାଲ୍‌ କଲେଜ ଅଫ୍‌ ଚେଷ୍ଟ ଫିଜିସିଆନ୍‌ ଭଳି ସଂଗଠନ ଏଥିରେ ଭାଗନେଇଥିଲେ । ସମସ୍ତ କ୍ୟାନସରର ଏକ ତୃତୀୟାଂଶ ଧୂମପାନ ଲାଗି ହୁଏ ବୋଲି ଡା. ମିଶ୍ର କହିଛନ୍ତି। ଏଥିରେ ଆଶା ମିଶ୍ର, ଶ୍ରୀନିବାସ ରାଓ, ଇଣ୍ଡିଆନ୍‌ ମେଡ଼ିକାଲ୍‌ ଆସୋସିଏଶନର ସମ୍ପାଦକ କମଳାକାନ୍ତ ପାଣିଗ୍ରାହୀ, ଡା. ପ୍ରବୀଣ ରଥ, ଡା. ଭାରତୀ ମିଶ୍ର, ଡା. ବି. ନାଗେଶ୍ୱର ରାଓ ସୁବୁଦ୍ଧିଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।