Categories: ଗଞ୍ଜାମ

ବ୍ରହ୍ମପୁରରେ ସ୍ଥାପନ ହେବ ୫ ଦୁଗ୍ଧ ଏଟିଏମ୍‌

ଛତ୍ରପୁର,୩୦ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଦୁଗ୍ଧ ଉପତ୍ାଦନ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଦୁଗ୍ଧ ଉପତ୍ାଦନ ବୃଦ୍ଧି କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଓ ଗଜପତି ଜିଲାରୁ ଦୈନିକ ୧୬ ହଜାର ୮୮୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି। ସେଥିମଧ୍ୟରେ ଗଞ୍ଜାମରୁ ୧୫ ହଜାର ଓ ଗଜପତିରୁ ୧୮୮୦ ଲିଟର ସଂଗ୍ରହ ହେଉଛି। ୨୧୨ଟି ସୋସାଇଟି ଏହାକୁ ସଂଗ୍ରହ କରୁଛି। ଦୈନିକ ୨୫ ହଜାର ଲିଟର ସଂଗ୍ରହ ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ୭୧୯୧ ଚାଷୀଙ୍କଠାରୁ ଏହି କ୍ଷୀର ସଂଗ୍ରହ କରାଯାଉଛି। ଜିଲାରେ ୨୦ଟି କ୍ଷୁଦ୍ର ଦୁଗ୍ଧ ଶୀତଳ ଭଣ୍ଡାର ରହିଛି। କ୍ଷୀର ଉପତ୍ାଦନ ବଢାଇବା ପାଇଁ ବ୍ୟାଙ୍କ ସହ ଲିଙ୍କ୍‌ କରି ଗାଈ ପାଇଁ ଋଣ ଦେବାକୁ ଜିଲାପାଳ କହିଥିଲେ। ଲୋକମାନଙ୍କୁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆଦର୍ଶ ଗାଈଗୁହାଳ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ। ଛତ୍ରପୁରରେ ଛେଳି, ମେଣ୍ଢା, ଗାଈଙ୍କୁ ନେଇ ଏକ ପ୍ରଦର୍ଶନୀ ମେଳା କରାଯିବ। ଜୁନ ମାସରେ ଏହା କରିବାକୁ ସ୍ଥିର ହୋଇଛି। ଓମ୍‌ଫେଡ ଓ ଟାଟା କମ୍ପାନୀ ସହଯୋଗରେ ୫ଟି ଦୁଗ୍ଧ ଏଟିଏମ୍‌ ସ୍ଥାପନ କରାଯିବ । ଏହା ପ୍ରଥମେ ବ୍ରହ୍ମପୁର ସହରରେ ହେବ। ପରବର୍ତ୍ତୀ ସମୟରେ ଛତ୍ରପୁର ଓ ହିଞ୍ଜିଳିରେ କରାଯିବାକୁ ସ୍ଥିର ହୋଇଛି। ଜିଲାରେ ଗୋଟିଏ ବର୍ଷ ମଧ୍ୟରେ ୯୬.୯୬ ମେଟ୍ରିକ ଟନ୍‌ ଦୁଗ୍ଧ ଉପତ୍ାଦନ ହୋଇଥାଏ । ସେହିପରି ବର୍ଷକୁ ୫୩ କୋଟି ୧୫ ଲକ୍ଷ ୪ହଜାର ଅଣ୍ଡା ଉପତ୍ାଦନ କରାଯାଇଥାଏ। ଏହା ଦୈନିକ ମୁଣ୍ଡପିଛା ୭୫.୪୬ ଗ୍ରାମ ଦୁଗ୍ଧ ଉପଲବ୍ଧ ହେଉଥିବା ବେଳେ ଏହାକୁ ବଢାଇବାକୁ କୁହାଯାଇଥିଲା। ସେହିପରି ମୁଣ୍ଡ ପିଛା ୧୫୧ଟି ଅଣ୍ଡା ବାର୍ଷିକ ଉପଲବ୍ଧ ହେଉଛି। ଘାସ ଚାଷ ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ୨୦୦ ଏକରରେ ଘାସଚାଷ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ୧୩୭ ଜଣ ଚାଷୀଙ୍କ ଦ୍ୱାରା ୧୧୫ ଏକରରେ ଘାଷ ଚାଷ କରାଯାଉଛି। ତିତଲି ବାତ୍ୟା ଓ ବନ୍ୟାରେ ୧୭୧୩ ଜଣଙ୍କ ଗୋରୁଙ୍କୁ ଖାଦ୍ୟ ଯୋଗାଇ ଦିଆଯିବାକୁ ଥିଲା। ବର୍ତ୍ତମାନ ୧୬୫୦ ଜଣକୁ ୫୦ ପ୍ରତିଶତ ରିହାତି ଦରରେ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ଦିଆଯାଇଥିଲା। ବୈଠକରେ ସିଡିଭିଓ ତ୍ରିନାଥ ନାୟକ, ବୃହତ୍ତର ଗଞ୍ଜାମ ଓ ଗଜପତି ଜିଲା ଦୁଗ୍ଧ ଉପତ୍ାଦନ ସମବାୟ ସଂଘର ସାଧାରଣ ପରିଚାଳକ ଦିଲୀପ କୁମାର ପଟ୍ଟନାୟକ, ଏଡିଭିଓ ରବିନାରାୟଣ ପଣ୍ଡା, ଏଡିଭିଓ ମଧୁସୂଦନ ସୁବୁଦ୍ଧି, ଛତ୍ରପୁର ଏସ୍‌ଡିଭିଓ ଅମିତାଭ ପଣ୍ଡା, ଭଞ୍ଜନଗର ଏସ୍‌ଡିଭିଓ ବନମାଳୀ ସାହୁଙ୍କ ସମେତ ୨୨ ବ୍ଲକର ପ୍ରାଣୀ ଚିକିସତ୍କମାନେ ଉପସ୍ଥିତ ଥିଲେ।